ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ...
ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା l
ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l
ବର୍ତ୍ତମାନ ଜଲଭଣ୍ଡାରର ଜଳସ୍ତର ୬୨୯. ୪୭ ଫୁଟ ରହିଛି l
ବାମପଟରେ ୧୩ ଟି ଗେଟ୍ ଓ ଡାହାଣପଟର ୭ଟି ଗେଟ ଖୋଲା ରହିଛି।
ଉପରମୁଣ୍ଡରୁ ଜଳ ପ୍ରବେଶ ଜାରି ରହିଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି ।
ଜଳଭଣ୍ଡାରରେ କେତେ ଜଳ ପ୍ରବେଶ କରୁଛି ଏବଂ କେତେ ଜଳ ନିଷ୍କାସନ ହେଉଛି, ତାହାକୁ ଦୃଷ୍ଟିରେ ରଖି ଗେଟ୍ ପରିଚାଳନା କରାଯାଉଛି ।
ଏବେ ୨୦ଟି ଗେଟ୍ ଦେଇ ଜଳ ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବଢ଼ିବ ।
ଆଗକୁ ଛତିଶଗଡ଼ ପଟୁ ହୀରାକୁଦକୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ସ୍ତରକୁ ଦେଖି ଆବଶ୍ୟକ ହେଲେ ଗେଟ୍ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରେ ।
ଛତିଶଗଡ଼ ପାଣି ଉପରେ ନଜର ରହିଛି ।