ଓଡ଼ିଶା ସୂଚନା ସେବାର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ପଦନ୍ତୋତି ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ଶୁଭେଚ୍ଛା
ଭୁବନେଶ୍ବର, ୨୪/୦୬/ ୨୦୨୬
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ଓଡ଼ିଶା ସୂଚନା ସେବା କ୍ୟାଡରର ୩ ଜଣ ବରିଷ୍ଠ ଉପ-ନିର୍ଦ୍ଦେଶକ ଙ୍କୁ ଯୁଗ୍ମ-ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ମିଳିଛି । ମାନ୍ୟବର ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଜୟଦେବ ଭବନସ୍ଥିତ ରାଜ୍ୟ ସୂଚନା କେନ୍ଦ୍ରର ଉପ-ନିର୍ଦ୍ଦେଶିକା ପଦବୀରେ ଥୁବା ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ରଙ୍କୁ ରାଜ୍ୟ ମୁଖ୍ୟ ଦପ୍ତରର ଯୁଗ୍ମ-ନିର୍ଦ୍ଦେଶିକା ଭାବେ ପଦନ୍ନତି ଦିଆଯାଇଛି ଏବଂ ସେ ଜୟଦେବ ଭବନ ରାଜ୍ୟ ସୂଚନା କେନ୍ଦ୍ରର ଉପ-ନିର୍ଦ୍ଦେଶିକା ଦାୟିତ୍ବ ମଧ୍ଯ ଅତିରିକ୍ତ ଭାବେ ତୁଲାଇବେ । ସେହିପରି ବିଭାଗର ସମ୍ବଲପୁରସ୍ଥିତ ଉପ ନିର୍ଦ୍ଦେଶକ କାର୍ଯ୍ୟାଳ ॥ଳୟ (ଉତ୍ତରାଞ୍ଚଳ ଡିଭିଜନ)ର ଉପ-ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଶ୍ରୀମତୀ କଲ୍ୟାଣୀ ଦାଶଙ୍କୁ ରାଜ୍ୟ ମୁଖ୍ୟ ଦପ୍ତରର ଯୁଗ୍ମ-ନିର୍ଦ୍ଦେଶିକା ପଦବୀକୁ ପଦୋନ୍ନତି ଦିଆଯାଇଛି । ସେ ମଧ୍ୟ ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ଵ ନିର୍ବାହ କରିବେ । ରାଜ୍ୟ ମୁଖ୍ୟ ଦପ୍ତରର ଉପ-ନିର୍ଦ୍ଦେଶକ (କ୍ଷେତ୍ର-୧) ଭାବେ କାର୍ଯ୍ୟରତ ଶ୍ରୀମତୀ ଶ୍ରୀ ସୁଚେତା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ମୁଖ୍ୟ ଦପ୍ତରର ଯୁଗ୍ମ-ନିର୍ଦ୍ଦେଶିକା ( କ୍ଷେତ୍ର) ଭାବେ ପଦନ୍ତୋତି ପ୍ରଦାନ କରାଯାଇଛି ।
ଓଡ଼ିଶା ସୂଚନା ସେବା ସଂଘର ସଦସ୍ୟ ସଦସ୍ୟାମାନେ ପଦନ୍ନତି ପାଇଥିବା ସମସ୍ତ ତିନିଜଣ ଯୁଗ୍ମ-ନିର୍ଦ୍ଦେଶିକାଙ୍କୁ ଅଭି ନନ୍ଦନ ଜ୍ଞାପନ କରିଛନ୍ତି । ଏହା ସହିତ ସୂଚନା ଓ ଲୋକସମ୍ପର୍କ ମ୍ପର୍କ ବିଭାଗର ବରିଷ୍ଠ ଅଧ୍ କାରୀ, ଉପ ବିଭାଗୀୟ ଅକାରୀ, କର୍ମଚାରୀ ଏବଂ ସହକର୍ମୀ ମାନେ ନୂତନ ଯୁଗ୍ମ-ନିର୍ଦ୍ଦେଶିକାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି । ସେମା ମାନଙ୍କର ଏହି ପଦୋନ୍ନତି ବିଭାଗର କାର୍ଯ୍ୟଧାରାକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବ ବୋଲି ସଂଘ ଆଶା ପ୍ରକାଶ ଳାଶ କରିଛି ।