ଓଡିଶା ଆଦର୍ଶ ବିଦ୍ୟାଳୟ ର ମହା ସମିଳନୀ...

Nov 18, 2025 - 16:34
Nov 18, 2025 - 21:36
 49
ଓଡିଶା ଆଦର୍ଶ ବିଦ୍ୟାଳୟ ର ମହା ସମିଳନୀ...

ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ହାଇସ୍କୁଲ ଭଳି 'ଓଡ଼ିଶା ଆଦର୍ଶ ବିଦ୍ୟାଳୟ' ର କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ଦାବିରେ ରେଲୱେ ଅଡିଟୋରିୟମରେ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଶିକ୍ଷକ କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବି ଓ ଦୀର୍ଘଦିନ ଧରି ଉପେକ୍ଷିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାଜ୍ୟ ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ନିମ୍ନଲିଖିତ ୧୩ ଟି ମୁଖ୍ୟ ଦାବିପତ୍ର ସହିତ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହି ଦାବିଗୁଡିକୁ ହେଲା:- 

୧.ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା ଦାବି ଏବଂ ଏଚରାମେସ୍ ଆଡି ଖୋଲିବା।

୨:- ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦାବି।

୩:- ସମାନ କାମକୁ ସମାନ ଦରମା। ପିଇଟି, ମ୍ୟୁଜିକ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ ପେ ପ୍ରଦାନ।

୪:- ପ୍ରତ୍ୟେକ ଓଏଭି ରେ ପିଜିଟ୍ ଓଡ଼ିଆ ପୋଷ୍ଟିଁ ଦେବା ସହିତ ହିନ୍ଦୀ ଓ ସଂସ୍କୃତ ରେ ପିଜିଟ୍ ପୋଷ୍ଟ ତିଆରି କରିବା।

୫:- ପ୍ରତ୍ୟେକ ଓଏଭି କୁ ପି.ଏମ.ଶ୍ରୀ ସ୍କୁଲ ମାନ୍ୟତା ଦାବି।

୬:- ପ୍ରତ୍ୟେକ ଓଏଭି ରେ ଆଟର୍ସ ଷ୍ଟିମ୍ ଖୋଲିବା।

୭:- ପ୍ରତ୍ୟେକ 'ଓଏଭି' ରେ 'ଓଏଭି' କର୍ମଚାରୀ ପିଲାଙ୍କ ସିଟ୍ ପାଇଁ ସଂରକ୍ଷଣ କରିବା।

୮:- ଆଦର୍ଶ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗ ର କର୍ମଚାରୀମାନଙ୍କର ଏବଂ ପ୍ରିନିସପାଲ୍ ମାନଙ୍କର ପଦୋନ୍ନତି ବ୍ୟବସ୍ଥା କୁ ନିୟମିତ କରିବା।

୯:- ପ୍ରତ୍ୟେକ ଓଏଭି ରେ କ୍ଲର୍କ ପଦ ସୃଷ୍ଟି ହେବା ତଥା ଆଗରୁ ଥିବା କିଛି କ୍ଲର୍କ କର୍ମଚାରୀକୁ ନିୟମିତ କରିବା।

୧୦:- ଓଏଭି ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ କରିବା ସହ ଏନ୍ଏମଏସ୍ ପରୀକ୍ଷା କୁ ଓଏଭି ରେ ସାମିଲ କରିବା।

୧୧:- ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କର ପୂର୍ବ ସେବା ଅବଧିକୁ ବର୍ତମାନ ସେବାରେ ମିଶାଇବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟ ଟିଜିଟ୍ ଭାବେ କାମ କରି ପୁନର୍ବାର ପିଜିଟି ଭାବେ ଯୋଗଦେବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ।

୧୨:- ଆର୍ଟ ଟିଚର ପୋଷ୍ଟ କୁ ଟିଜିଟ୍ ଆର୍ଟ ମାନ୍ୟତା ଦେବା।

୧୩:- ରିହାବିଲଟେସନ ଏବଂ ଡେଥ୍ ଗ୍ରାଚୁଇଟି କୁ ଅଗ୍ରାଧିକାର ଦେବା।

ଏହି ମହାସମାବେଶ ରେ ପ୍ରତ୍ୟେକ ଜିଲ୍ଲାରୁ, ପ୍ରତ୍ୟେକ ବ୍ଲକ 'ଓଏଭି' ରୁ ୧୫୦୦ ରୁ ଅଧିକ କର୍ମଚାରୀ ସହ ଜିତିଥିବା ପୋଟଫୋଲିଓ ମେମ୍ବର, ଇବି ମେମ୍ବର,ଏସ୍ ଆର୍ ମେମ୍ବର ମାନେ ମଧ୍ୟ ଯୋଗ ଦେଇ ଉତ୍ସାହିତ କରିଥିଲେ।

ଏହି ସଭାରେ ସଭାପତି ରିପୁ ଦମନ ସୋରଭ ମିଶ୍ର ଓ ସାଧାରଣ ସମ୍ପାଦକ ଶୁଭାଶିଷ ଦାଶ୍ କହିଲେ ଯେ ସରକାର ଯଦି ୧୩ଟି ଦାବି ୧୫ ଦିନ ଭିତରେ ନ ଶୁଣନ୍ତି ତାହା ହେଲେ ଆଗମୀ ଦିନରେ ଶାନ୍ତି ପୂର୍ଣ୍ଣ ଭାବେ ମହାଆନ୍ଦୋଳନ ହେବ।

ସଂଘ ର ସଭାପତି ରିପୁ ଦମନ ସୋରଭ ମିଶ୍ର କହିଥିଲେ ଯେ ଏହି ସମସ୍ତ ଦାବି ହେଉଛି ଶିକ୍ଷାର ଗୁଣାବତ୍ତା, କର୍ମଚାରୀଙ୍କ ନ୍ୟାୟ ଓ ଓଏଭି ପରିବାରର ସମଗ୍ର ଉନ୍ନତି ପାଇଁ ଅତି ଆବଶ୍ୟକ।

ରାଜ୍ୟ ସରକାର ଶୀଘ୍ର ପ୍ରୟୋଜନୀୟ କ୍ଷେତ୍ରରେ ସ୍ୱୀକୃତି ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।