କଂଗ୍ରେସ ନିଜର ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ ରିଲିଫ ବଣ୍ଟନ ଜାରୀ ରଖିବ ବୋଲି ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛି...

Aug 12, 2026 - 17:49
 3
କଂଗ୍ରେସ ନିଜର ସାମର୍ଥ୍ୟ ଥିବା ପର୍ଯ୍ୟନ୍ତ ରିଲିଫ ବଣ୍ଟନ ଜାରୀ ରଖିବ ବୋଲି ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛି...

ବନ୍ୟାନିୟନ୍ତ୍ରଣ କଣ ସବୁ କ୍ଷେତ୍ରରେ ସରକାର ବିଫଳ

କଂଗ୍ରେସ ଭବନରେ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ବ୍ଯବସ୍ଥାର ଅଗ୍ରଗତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

କଂଗ୍ରେସ ଦଳର ରିଲିଫ କମିଟିର ଅଧ୍ୟକ୍ଷ ତଥା ବାସୁଦେବପୁରର ବିଧାୟକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, କଂଗ୍ରେସ ସେବାଦଳର ରାଜ୍ଯମୁଖ୍ଯ ଶୁଭେନ୍ଦୁ ମହାନ୍ତି ଓ ଦଳର ମୁଖପାତ୍ର ସମସିଦା ତୟବ ଯୋଗଦେଇ ଥିଲେ। 

ସମ୍ମିଳନୀକୁ ସମ୍ବୋଧନ କରି ବିଧାୟକ ଶ୍ରୀ ଦାସ କହିଛନ୍ତି ଯେ, ଚଳିତ ବର୍ଷ ବନ୍ଯାରେ ରାଜ୍ଯର ଅନେକ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ରାଜ୍ଯ ସରକାର ବନ୍ଯା ମୁକାବିଲା ନେଇ କିଛି ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଇନାହାନ୍ତି। ସରକାର ବନ୍ଯା ନିୟନ୍ତ୍ରଣରେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। 

ଲୋକଙ୍କୁ ଏହି ବନ୍ଯା ସମୟରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛନ୍ତି। ରିଲିଫ୍ ଦେବା ନାଁ ରେ ସରକାର ପ୍ରହସନ ଆରମ୍ଭ କରିଛନ୍ତି। ବନ୍ଯାର କ୍ଷୟକ୍ଷତି ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଖାଦ୍ଯ ଦେବା ନାଁରେ ପ୍ରଶାସନ ବନ୍ଯା ପ୍ଲାବିତ ଗାଁ ଗୁଡିକରେ କୌଣସି ଗୋଟିଏ ଜାଗାରେ ଖାଦ୍ଯ ଗୁଡିକ ଗଦାକରି ଦେଇ ନିଜ କାମ ସାରିଦେଉଛନ୍ତି। 

ତାହା କିଭଳି ବଣ୍ଚନ ହେବ କିଏ ବାଣ୍ଟିବ ତାହା ମଧ୍ୟ ପ୍ରଶାସନ ସ୍ଥିର କରିବାରେ ବିଫଳ ହୋଇଛି। 

ବନ୍ଯା ପରର ଅବସ୍ଥା ଲୋକଙ୍କ ନ ସୁଧୁରୁଣୁ ପୁଣି ଥରେ ଆଉ ଏକ ଲଘୁଚାପ ମାଡିଆସୁଥିବାର ପାଣିପାଗ ବିଭାଗ ସତର୍କ କରେଇଲାଣି ତଥାପି ସରକାର ବନ୍ଯା ମୁକାବିଲା ପାଇଁ ତତ୍ପର ହେଉନାହାନ୍ତି। 

ରାଜ୍ଯରେ କିଭଳି ଶାସନ ଚାଲିଛି କେହି ଜାଣି ପାରୁନାହାନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଚଳିତ ବର୍ଷ ର ବନ୍ଯା ରାଜ୍ଯର ଚାଷୀ ଙ୍କ ମେରୁଦଣ୍ଡ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛି । 

ପୂର୍ତତନ ବିଧାୟକ ଦେବାଶିଷ ପଟ୍ଟନାୟକ ନିଜ ବକ୍ତବ୍ଯରେ କହିଛନ୍ତି ଯେ, କଂଗ୍ରେସ ଦଳ ବନ୍ଯା ବିପନ୍ନଙ୍କୁ ସାହାଯ୍ୟର ହାତ ବଢେଇ ରାଜ୍ଯରେ ଉଦାହରଣ ସୃଷ୍ଟି କରିପାରିଛି। 

ସରକାର ଆଜି ପର୍ଯ୍ୟନ୍ତ ବନ୍ଯା ପୀଡିତଙ୍କ ନିକଟକୁ ସରକାର ପହଞ୍ଚି ନଥିବା ବେଳେ କଂଗ୍ରେସ ଦଳ ବନ୍ଯା ବିପନ୍ନଙ୍କ ପାଇଁ ପ୍ରଥମେ ରିଲିଫ୍ ବ୍ଯବସ୍ଥା କରିଛି। ଚଳିତ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ୫ଟି ଜିଲ୍ଲା ଯଥାକ୍ରମେ ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୁରଭଞ୍ଜକୁ ଦଳ ତରଫରୁ ରିଲିଫ୍ ସାମଗ୍ରୀ ପଠାଯାଉଛି । 

ବନ୍ୟାଞ୍ଚଳକୁ କଂଗ୍ରେସ ଦଳ ତରଫରୁ ଖୋଦ୍ ରାଜ୍ଯ ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଲାଲଜୀ ଦେଶାଇ ତଥା କଂଗ୍ରେସ ଦଳ ରିଲିଫ କମିଟିର ଅଧ୍ୟକ୍ଷ ବିଧାୟକ ଅଶୋକ ଦାସ, କଂଗ୍ରେସ ସେବା ଦଳ ମୁଖ୍ଯ ଶୁଭେନ୍ଦୁ ମହାନ୍ତିଙ୍କ ସହ ଅନେକ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ପ୍ରତ୍ୟକ୍ଷ ଭାବରେ ବନ୍ୟାଞ୍ଚଳ ବୁଲି ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସହ ଏହି ଦୁର୍ଦିନରେ ବନ୍ଯାପିଡିତଙ୍କ ସାହାର ସାଜିଛନ୍ତି।  

ପୁଣି ଅନେକ ବରିଷ୍ଠ କଂଗ୍ରସ ନେତା ବନ୍ଯାପିଡିତଙ୍କୁ ରିଲିଫ ସାମଗ୍ରୀ ଦେବା ପାଇଁ ବ୍ଯକ୍ତିଗତ ଭାବରେ ଅର୍ଥରାଶି ତଥା ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛନ୍ତି। 

ଏହି ବନ୍ଯା ପରିସ୍ଥିତିକୁ ଦୂଷ୍ଟିରେ ରଖି ଦଳ ତରଫରୁ ରିଲିଫ୍ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାକୁ ତ୍ବରାନ୍ବିତ କରି ଲୋକଙ୍କୁ ଯଥାସାଧ୍ୟ ସାହାଜ୍ୟ ପ୍ରଦାନ କରୁଛି କଂଗ୍ରେସ ଦଳ ଏବଂ କୌଣସି ପ୍ରାକୃତିକ ଦୁର୍ବିପାକରେ କଂଗ୍ରେସ ଦୁର୍ଦଶାଗ୍ରସ୍ତ ଲୋକଙ୍କ ସହାୟତା ପାଇଁ ସର୍ବ ପ୍ରଥମେ ହାତ ବଢାଇବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି l