କେନ୍ଦୁଝରରେ ହାତୀ ଆତଙ୍କ
କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ବାଲିବନ୍ଧ ସେକ୍ସନ ଅଞ୍ଚଳରେ ୧୭ ଟିକିଆ ହାତୀପଲକୁ ଦେଖା ଯାଇଛି । ହାତୀଙ୍କ ଉତ୍ପାତ ଏତେ ବଢିଯାଇଛି ଯେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ହାତୀମାନେ ବିଳମ୍ବିତ ରାତିରେ ସଦର ରେଞ୍ଜରୁ ଆସି ବାଲିବନ୍ଧ ସେକ୍ସନରେ ପ୍ରବେଶ କରି କଳିଙ୍ଗା ଗ୍ରାମର ଚାକଦର ସାହିରେ ୯ଟି ଘର ଭାଙ୍ଗି ନଷ୍ଟ କରି ଦେଇଥିଲେ । ସେହି ଗ୍ରାମରେ ରହୁଥିବା ଗ୍ରାମର ବୈକୁଣ୍ଠ ମହାନ୍ତ , ଯଦୁମଣି ନାଏକ, ଦୁର୍ଯ୍ୟୋଧନ ନାଏକ, ଗୁଣନିଧି ନାଏକ, ରଜନୀ ମହାନ୍ତ, ଲୋକନାଥ ମହାନ୍ତ, ଆଳତି ମହାନ୍ତ, ସୁଷମା ମହାନ୍ତ, ସୈରେନ୍ଦ୍ରୀ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ପରେ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀପଲଙ୍କୁ ରୋକିବା ପାଇଁ ତାଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।