ବିଧାନ ସଭା ହାଲଚାଲ !
ଅଧିବେଶନର ସୋମବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ବିଧାୟକ ମାନେ ପ୍ଲାକାର୍ଡ, ପୋଷ୍ଟର ଧରି ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ ।
ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀ ବିଧାୟକ ମାନଙ୍କୁ ବୁଝାଇବା ସହ ନିଜ ଆସନରେ ବସିବାକୁ ନିବେଦନ କରିଥିଲେ । ହେଲେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କୌଣସି କଥାକୁ ଖାତିର କରି ନଥିଲେ ।
ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଅନାସ୍ଥା ନଆଣିବାକୁ ଫନ୍ଦି କରିବା ଅଭିଯୋଗରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିବା ବେଳେ ବିଜେଡି କିନ୍ତୁ ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିବା ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲା ।
ଫଳରେ ଗୃହ ମାତ୍ର ୭ମିନିଟ୍ ଚାଲିବା ପରେ ବାଚସ୍ପତି ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।