କୋରାପୁଟରେ କୋଟିଆ ପ୍ରସଙ୍ଗରେ ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳ ସହ ଭାବ ବିନିମୟ କଲେ କେ.ଭି....
ସରକାର ଏଣିକି ଦୃଢ଼ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଲ
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ କୋଟିଆ ଗସ୍ତ ସାରି ଦକ୍ଷିଣାଞ୍ଚଳ ଡିଆଇଜି ଅଖିଳେଶ ସିଂ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍ପି ରୋହିତ ବର୍ମାଙ୍କୁ ସମସ୍ତ ବିଷୟ ଅବଗତ କରିବା ସହ ପ୍ରଶାସନ କେଉଁ ସବୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ସେ ନେଇ କୋରାପୁଟ ସର୍କିଟ ହାଉସଠାରେ ଆଲୋଚନା କରିବାକୁ ଆସିଥିଲେ।
ତେବେ ଉକ୍ତ ଆଲୋଚନା ସ୍ଥଳକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସି ପିସିସି ସଭାପତି ଶ୍ରୀ ଦାସ ଓ ତାଙ୍କ ସହ ଥିବା ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟ ଓ ଅଭିଜ୍ଞତା ଶୁଣିଥିଲେ।
ଆଗକୁ କୋଟିଆକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବେ ବୋଲି ଶ୍ରୀ ସିଂହଦେଓ ପ୍ରତିଶ୍ରୁତି ଦେଇଥିଲେ।