କୋଇଲା ଖଣିରେ ଅଗ୍ନିକାଣ୍ଡ : ୬ ମୃତ

ନାଗାଲାଣ୍ଡ : ନାଗାଲାଣ୍ଡର କୋଇଲା ଖଣିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । କୋଇଲା ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହେବାସହିତ ୪ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାରୀ ଟିମ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ । ଅଗ୍ନିକାଣ୍ଡ ଘଟିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି ।

କୋଇଲା ଖଣିରେ ଅଗ୍ନିକାଣ୍ଡ : ୬ ମୃତ