'କାଶୀ ତାମିଲ ସଙ୍ଗମମ୍ ୫.୦'ର ଆରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତଂ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘କାଶୀ ତାମିଲ ସଙ୍ଗମମ୍’ର ପଞ୍ଚମ ସଂସ୍କରଣ ଆରମ୍ଭ ହେବା ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ଏବଂ ତାମିଲନାଡୁ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଶାଶ୍ୱତ ନଗରୀ କାଶୀକୁ ଆସିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଛନ୍ତି ।
ଚଳିତ ବର୍ଷର ବାର୍ତ୍ତା ‘ତିରୁକୁରଲ୍ ପୟିଲଭୋମ୍’ (ଆସନ୍ତୁ ତିରୁକୁରଲ୍ ଶିଖିବା) ର ବିଶେଷ ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାନ କବି ତଥା ସନ୍ଥ ତିରୁଭଲ୍ଲୁଭରଙ୍କ କାଳଜୟୀ ଜ୍ଞାନ ମାନବ ଜୀବନର ବିଭିନ୍ନ ଦିଗ ଉପରେ ଅମୂଲ୍ୟ ମାର୍ଗଦର୍ଶନ ପ୍ରଦାନ କରିଥାଏ। ୧୦ଟି ବିଦେଶୀ ଭାଷା ସମେତ ମୋଟ ୫୦ଟି ଭାଷାରେ ‘ତିରୁକୁରଲ୍’ର ଅନୁବାଦ ପ୍ରକାଶ ପାଇବାକୁ ସେ ପ୍ରଶଂସା କରିଛନ୍ତି ।
ଏଥିସହିତ ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ଏଭଳି ପଦକ୍ଷେପ ତିରୁଭଲ୍ଲୁଭରଙ୍କ ଦର୍ଶନକୁ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିବାରେ ସାହାଯ୍ୟ କରିବ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘‘ଆଜିଠାରୁ କାଶୀ ତାମିଲ ସଙ୍ଗମମ୍’ର ପଞ୍ଚମ ସଂସ୍କରଣ ଆରମ୍ଭ ହେବାକୁ ନେଇ ମୁଁ ଅତ୍ୟନ୍ତ ଆନନ୍ଦିତ !’’
ତାମିଲନାଡୁ ଏବଂ ଦେଶର ବିଭିନ୍ନ ଅଞ୍ଚଳରୁ କାଶୀକୁ ଆସିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ।
ଚଳିତ ବର୍ଷର ବାର୍ତ୍ତା ‘ତିରୁକୁରଲ୍ ପୟିଲଭୋମ୍’ (ଆସନ୍ତୁ ତିରୁକୁରଲ୍ ଶିଖିବା) ର ବିଶେଷ ଗୁରୁତ୍ୱପୂର୍ଣ୍ଣ ।
ମହାନ ତିରୁଭଲ୍ଲୁଭରଙ୍କ କାଳଜୟୀ ଜ୍ଞାନ ମାନବ ଜୀବନର ବିଭିନ୍ନ ଦିଗ ଉପରେ ଅମୂଲ୍ୟ ମାର୍ଗଦର୍ଶନ ପ୍ରଦାନ କରିଥାଏ।
୧୦ଟି ବିଦେଶୀ ଭାଷା ସମେତ ମୋଟ ୫୦ଟି ଭାଷାରେ ‘ତିରୁକୁରଲ୍’ର ଅନୁବାଦ ପ୍ରକାଶ ପାଇବା ପ୍ରଶଂସନୀୟ। ଏଭଳି ପଦକ୍ଷେପ ତିରୁଭଲ୍ଲୁଭରଙ୍କ ଦର୍ଶନକୁ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିବ ।
ଗତ କିଛି ବର୍ଷ ହେବ କାଶୀ ତାମିଲ ସଙ୍ଗମମ ସାଂସ୍କୃତି ଓ ବୌଦ୍ଧିକ ବିନିମୟ ଲାଗି ଏକ ସକ୍ରିୟ ମଞ୍ଚରେ ପରିଣତ ହୋଇଛି । ଅନୁରୂପ ଭାବେ, ଏହା ‘ଶ୍ରେଷ୍ଠ ଭାରତ’ ଭାବନାକୁ ମଜବୁତ କରୁଛି ।