ଖଣି ଦୁର୍ନୀତି ଲିଙ୍କ୍ରେ ଚାଲିଛି ତନାଘନା ; କୋଲକତାରୁ କେନ୍ଦୁଝର ୧୫ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର : ରାଜ୍ୟରେ ବଡ଼ଧରଣର ଇଡି ରେଡ୍ ହୋଇଛି। ଖଣି ଦୁର୍ନୀତି ଲିଙ୍କ୍ରେ ଇଡିର ବଡ଼ ଧରଣର ରେଡ୍ ହୋଇଛି। କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ହୋଇଛି। ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ଚଢ଼ାଉ। ଭୁବନେଶ୍ୱରରେ ଖଣି ଲିଜ୍ଧାରୀଙ୍କ ଘରେ ଚାଲିଛି ଚଢ଼ାଉ। ଖଣି ଲିଜ୍ଧାରୀ ଓ କିଛି ବ୍ୟବସାୟୀଙ୍କ ଘରେ ଚଢ଼ାଉ। ରାଉରକେଲାରେ ବ୍ୟବସାୟୀଙ୍କ ଘରେ ମଧ୍ୟ ରେଡ୍ ଜାରି ହୋଇଛି। ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୦୧୩ ସେପ୍ଟେମ୍ବରରେ ଦୀପକ ଗୁପ୍ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହି ମାମଲାରେ ଆଜି କେନ୍ଦୁଝର ବଡ଼ବିଲରେ ଉଲିବୁରୁ ଖଣି ଅପରେଟର ଦୀପକ ଗୁପ୍ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ରେଡ୍ କରିଛି ଇଡି। ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ଚଢ଼ାଉ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଏହି ଲିଙ୍କରେ କିଛି ବ୍ୟବସାୟୀଙ୍କ ଘରେ ବି ଇଡି ଆଜି ଚଢ଼ାଉ କରୁଛି। ରାଉରକେଲାରେ ବ୍ୟବସାୟୀ ଅଜୟ କଦମୱାଲାଙ୍କ ଘରେ ବି ତଦନ୍ତ ଚାଲିଛି। ଅଜୟ କଦମୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହ ବହୁ ବ୍ୟବସାୟରେ ସଂପୃକ୍ତ। ଓଡ଼ିଶା ସମେତ କୋଲକାତାରେ ବି ଏହି ଲିଙ୍କରେ ତଦନ୍ତ ହେଉଛି।