ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା
ଜନ୍ମ କଲା ବାପା ହତ୍ୟା କଲା ପୁଅକୁ । ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ବର୍ବର ଆଉ ବିଭତ୍ସ…ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ୨୯ ବର୍ଷର ଭେଣ୍ତିଆ ପୁଅକୁ ମାରିବା ବେଳେ କେମିତି ହାତ ଥରିଲାନି ବାପାର । ନିଜ ପତ୍ନୀଙ୍କ ସହ ବାରମ୍ବାର ଝଗଡ଼ା କାରଣରୁ ପୁଅକୁ ମାରିବାକୁ ନିଷ୍ପତ୍ତି ନେଇଥିଲା ଅଭିଯୁକ୍ତ ବାପା ।