ଭୁବନେଶ୍ବରରେ ଆଇଆରସିର 84ତମ ଅଧୂବେଶନ ଉଦଘାଟିତ
ଭାରତର ବିକାଶଧାରାକୁ ତ୍ବରାନ୍ବିତ କରିବା ଲାଗି ବିଶ୍ବସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବଜେଟ ଆବଣ୍ଡନ 2 ଲକ୍ଷ 87 ହଜାର କୋଟି ଟଙ୍କାର ସର୍ବାଧୂକ ସ୍ବରକୁ ଛୁଇଁଛି: ନୀତିନ ଗଡ଼କରୀ
ଦେଶରେ ରାଜପଥ ନିର୍ମାଣ 60% ବୃଦ୍ଧି ପାଇ 1,46,342 କିଲୋମିଟରରେ ପହଞ୍ଚିଛି; ଲଜିଷ୍ଟିକ୍ସ ଖର୍ଚ୍ଚ 5% ହ୍ରାସ ପାଇଛି : କେନ୍ଦ୍ର ମନ୍ତ୍ରୀ
ସବୁଜ ଇନ୍ଧନର ବହୁଳ ଗ୍ରହଣୀୟତା ଦ୍ବାରା ଭାରତ ଇନ୍ଧନ ଆମଦାନୀକାରୀରୁ ରପ୍ତାନିକାରୀ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି: କେନ୍ଦ୍ର ମନ୍ତ୍ରୀ
ଏବେ ସୁଦ୍ଧା 80 ଲକ୍ଷ ଟନ୍ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ଉପଯୋଗ କରାଯାଇଛି : କେନ୍ଦ୍ର ମନ୍ତ୍ରୀ
ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପଦକ୍ଷେପ ସହିତ ସବୁ ଅଂଶୀଦାର ସହଯୋଗ କରିବା ପାଇଁ ଆହ୍ୱାନ ଦେଲେ କେନ୍ଦ୍ର ମନ୍ତ୍ରୀ
ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ସଡ଼କ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ଜନତା ମଇଦାନ ଠାରେ ଆଜି ଇଣ୍ଡିଆନ ରୋନ୍ସ କଂଗ୍ରେସ (ଆଇଆରସି)ର 84ତମ ବାର୍ଷିକ ଅଧୂବେଶନ ଉଦଘାଟିତ ହୋଇଯାଇଛି । ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେ ଦେଶବିଦେଶର 3500ରୁ ଅଧୂକ ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧୂ ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି ।
ଅଧୂବେଶନକୁ ଉଦଘାଟନ କରି କେନ୍ଦ୍ର ସଡ଼କ ପରିବହନ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ସଡ଼କ, ସେତୁ, ସୁଡ଼ଙ୍ଗ ଭଳି ଭିତ୍ତିଭୂମି ନିର୍ମାଣ ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏହା ହେଉଛି ଭାରତର ସବୁଠୁ ବଡ଼ ଜ୍ଞାନ ନବିନିମୟ କାର୍ଯ୍ୟକ୍ରମ । ସେ କହିଛନ୍ତି, ସଡ଼କ ଯୋଗାଯୋଗ ଭିତ୍ତିଭୂମି କ୍ଷେତ୍ରରେ ପ୍ରଯୁକ୍ତି, ଗବେଷଣା ଏବଂ ନବସୃଜନ ଲାଗି ବର୍ତ୍ତମାନ ମାନ ହିଁ ପ୍ରକୃଷ୍ଟ ସମୟ। ଭାରତ ରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବହୃ ବସ୍ଥା। ଏହାକୁ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ
ଆଇଆରସିର ଏହି ବାର୍ଷିକ କାର୍ଯ୍ୟକ୍ରମରେ ଏକାଧୂକ ବୈଷୟିକ ଅଧୂବେଶନ ଆୟୋଜନ କରାଯିବା ସହିତ ବିଶେଷଜ୍ଞମାନେ ଦେଶର ସଡ଼କ ନିର୍ମାଣ କ୍ଷେତ୍ରରେ ସୁଧାର ଆଣିବା ଲାଗି ନବସୃଜନ, ସହଭାଗିତା, ଜ୍ଞାନ ବିନିମୟ ଲାଗି ବିଚାରବିମର୍ଶ କରିବେ । ଓଡ଼ିଶାରେ ଷଷ୍ଠ ଥର ପାଇଁ ଏହି ଅଧୂବେଶନ ଆୟୋଜନ କରାଯାଉଛି । ଚଳିତ ଥର ଓଡ଼ିଶାର ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟର ଝଲକ ଏହି ଅଧୂବେଶନରେ ଦେଖିବାକୁ ମିଳିଛି ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନ, ପୂର୍ବ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବି ଶ୍ରୀମତୀ ଅନୁ ଗର୍ଗ, ଆଇଆରସିର ଅଧ୍ୟକ୍ଷ ମନୋରଞ୍ଜନ ପରିଡ଼ାଙ୍କ ସମେତ ଭାରତ ଏବଂ ଓଡ଼ିଶା ସରକାରଙ୍କ ବହୁ ବରିଷ୍ଠ ଅଧୂକାରୀ, ଆଇଆରସିର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ଅବସରରେ ସଡ଼କ ନିର୍ମାଣ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ବରର ଖ୍ୟାତିସମ୍ପନ୍ନ ଇଞ୍ଜିନିୟରମାନଙ୍କୁ ସମ୍ମାନିତ କରାଯାଇଥିଲା ।