ଜ୍ଞାନବାପୀ ମାମଲା: ବାକି ଥିବା ସ୍ଥାନରେ ଏଏସ୍‌ଆଇ ସର୍ଭେ କରିବାକୁ କୋର୍ଟରେ ଆବେଦନ

ନୂଆଦିଲ୍ଲୀ: ବାକି ରହିଯାଇଥିବା ଜ୍ଞାନବାପୀ ପରିସରରେ ମଧ୍ୟ ଏଏସ୍‌ଆଇ ସର୍ଭେ କରାଯାଉ। ଏଭଳି ଦାବି କରି ଜଣେ ହିନ୍ଦୁ ବ୍ୟକ୍ତି ବାରାଣସି ଟ୍ରାଏଲ୍‌ କୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ପରିସରରେ ଧାର୍ମିକ ସ୍ଥିତିକୁ ଜାଣିବା ପାଇଁ ଭୂତଳ ପ୍ରସ୍ତରର ବାକି ଅଞ୍ଚଳରେ ଏଏସ୍‌ଆଇ ସର୍ଭେ କରିବା ନିହାତି ଦରକାର। ବାରାଣସି କୋର୍ଟରେ ଆବଦେନ ବେଳେ ଏକାଧିକ ମୁଖ୍ୟ ପ୍ରସଙ୍ଗ ବିଷୟରେ କୁହାଯାଇଛି। ଯେଉଁ ସ୍ଥାନଗୁଡ଼ିକରେ ପ୍ରବେଶ ପଥ ବନ୍ଦ କରାଯାଇଛି ସେଗୁଡ଼ିକର ଏଏସ୍‌ଆଇ ସର୍ଭେ କରାଯାଉ। ଏଥିସହିତ ନିକଟରେ ହୋଇଥିବା ସର୍ଭେରେ ଯେଉଁ ଏରିଆଗୁଡ଼ିକ ଛଡ଼ାଯାଇଛି ସେଗୁଡ଼ିକ ବି ସର୍ଭେ କରାଯାଉ। ତେବେ ନିର୍ମାଣକୁ କୌଣସି କ୍ଷତି ନ ପହଞ୍ଚାଇ ସର୍ଭେ କରାଯାଉ ବୋଲି ଆବେଦନ କୁହାଯାଇଛି। ଏହା ପୂର୍ବରୁ ଏଏସ୍‌ଆଇ ସର୍ଭେରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ବାହାରିବା ପରେ ଜ୍ଞାନବାପୀ ପୂଜା କରିବାକୁ ଅନୁମତି ଦେଇଥିଲେ ବାରାଣସୀ କୋର୍ଟ। ଏହାପରେ ମଧ୍ୟ ରାତ୍ରୀରେ ହିନ୍ଦୁ ପକ୍ଷରୁ ସେଠାରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା। କାଶି ବିଶ୍ୱନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚୟନ କରାଯାଇଥିବା ପୂଜାରି ହିଁ ସେଠାରେ ପୂଜା କରିବେ। ଆବେଦନକର୍ତ୍ତା ଶୈଳେନ୍ଦ୍ର କୁମାର ପାଠକଙ୍କ ଆବଦନରେ କୋର୍ଟ ଶୁଣାଣି କରି ଏହି ରାୟ ଦେଇଥିଲେ। ସମୋନାଥ ବ୍ୟାସ ଦାବି କରିଥିଲେ ଯେ ୧୯୯୩ ଡିସେମ୍ବରରେ ତାଙ୍କ ଯେଯେ ମନ୍ଦିରରେ ପୂଜାର୍ଚ୍ଚନା କରୁଥିଲେ।

ଜ୍ଞାନବାପୀ ମାମଲା: ବାକି ଥିବା ସ୍ଥାନରେ ଏଏସ୍‌ଆଇ ସର୍ଭେ କରିବାକୁ କୋର୍ଟରେ ଆବେଦନ