ତମାଖୁ ଓ ସିଗାରେଟ ଉପରେ GST ବୃଦ୍ଧି ପାଇବ
ନୂଆଦିଲ୍ଲୀ: ଦେଶରେ ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଉତ୍ପାଦ ଦର । ଅର୍ଥ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଶୁକ୍ଳରେ ଏକ ବଡ଼ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଆସନା ଫେବୃଆରୀ ଆରମ୍ଭରୁ ଲାଗୁ ହେବ ।
ଆସନ୍ତା ଫେବୃଆରୀ୧ରୁ ଦେଶରେ ସିଗାରେଟ ଏବଂ ତମାଖୁ ଉତ୍ପାଦର ଦର ବଢିବ । ଅର୍ଥ ମନ୍ତ୍ରଣାଳୟ ବୁଧବାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ଏହି ଶୁକ୍ଳ ବୃଦ୍ଧି ପରେ ସିଗାରେଟ, ପାନ ମସଲା ଏବଂ ଗୁଟଖା ଦର ବୃଦ୍ଧି ହେବ । ଏହି ବୃଦ୍ଧି ଶୁଳ୍କ ଆସନ୍ତା ଫେବୃଆରୀ ୧ରୁ ସାରା ଦେଶରେ ଲାଗୁହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ସରକାର ସିଗାରେଟ ଏବଂ ତମାଖୁ ଉତ୍ପାଦର ଲମ୍ବ ଏବଂ ପ୍ରକାର ଉପରେ ନିର୍ଭର କରି ପ୍ରତି ୧୦୦୦ଷ୍ଟିକ୍ ପାଇଁ ୨୦୫୦ ଟଙ୍କାରୁ ୮୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଶୁକ୍ଳ ଲାଗୁ ହେବ । ତମାଖୁ ଏବଂ ସମାନ ଉତ୍ପାଦ ଉପରେ ବର୍ତ୍ତମାନ ୪୦% ସାମଗୀ ଏବଂ ସେବା କର (GST)
ଶୁଳ୍କ ଲାଗୁ କରାଯିବ । ଭାରତ ଫେବୃଆରୀ ୧ ତାରିଖରୁ ସିଗାରେଟ୍ ସମେତ ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁକ୍ଳ ଲାଗୁ କରିଛି ।
ଏହି ଶୁଳ୍କ ଲାଗୁ କରିବା ପରେ ଭାରତର ସର୍ବବୃହତ ସିଗାରେଟ୍ ନିର୍ମାତା ITC ଏବଂ ଗଡଫ୍ରେ ଫିଲିପ୍ପର ଷ୍ଟକ୍ ୮% ପର୍ଯ୍ୟନ୍ତ ହ୍ରାସ ପାଇଛି । ସଂସଦ ଡିସେମ୍ବର ମାସରେ ପାନ ମସଲା ଉତ୍ପାଦନ ଉପରେ ନୂତନ ସ୍ବାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ଏବଂ ତମାଖୁ ଉପରେ ଉତ୍ପାଦ ଶୁକ୍ଳ ଆଦାୟକୁ ଅନୁମତି ଦେଉଥିବା ଦୁଇଟି ବିଲ୍ କୁ ମଞ୍ଜୁର କରିଥିଲା ।