୨୦୨୬ ମସିହାର ଶୁଭେଚ୍ଛା ଜଣେଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Jan 2, 2026 - 07:58
 5
୨୦୨୬ ମସିହାର ଶୁଭେଚ୍ଛା ଜଣେଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ ।

ସାରା ଦେଶ ଓ ବିଶ୍ବରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖୁଛନ୍ତି, ନୂତନ ବର୍ଷର ଏହି ଆନନ୍ଦମୟ ଅବସରରେ ମୁଁ ଦେଶ ଏବଂ ବିଦେଶରେ ଥ‌ିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ।

ପ୍ରଧାନମନ୍ତ୍ରୀ ମୋଦି ୨୦୨୬ ନୂତନ ବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି, "୨୦୨୬ ପାଇଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଆଗାମୀ ବର୍ଷ ଆପଣଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ । ଆପଣମାନେ ଆପଣଙ୍କ ପ୍ରୟାସରେ ସଫଳତା ହାସଲ କରନ୍ତୁ । ଆପଣଙ୍କ ସମସ୍ତ କାର୍ଯ୍ୟ ପୂରଣ କରନ୍ତୁ । ଆମ ସମାଜରେ ଶାନ୍ତି ଏବଂ ଖୁସି ପାଇଁ ପ୍ରାର୍ଥନା କରୁଛି ।