ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା
ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା । ଚାଲିଗଲା ୨ ଜଣଙ୍କ ଜୀବନ । ଦିନକୁ ଦିନ ବଢିଚାଲିଛି ଦୁର୍ଘଟଣା । ଯାହାଫଳରେ ଅନେକ ନିରୀହ ଜୀବନ ଚାଲିଯାଉଛି । ଲଗାତାର ଦୁଇ ଦିନ ମଧ୍ୟରେ ବାରିପଦା ରାଜ୍ୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ଏଭଳି ଦୁର୍ଘଟଣା ପାଇଁ କେତେକ ପରିବାର ଉଜୁଡି ଯାଉଛି । ଏଭଳି ଦୁର୍ଘଟଣା ଘଟିଛି ବାରିପଦା ରାଜ୍ୟ ରାଜପଥର ଧନାପନା ଛକ ନିକଟରେ । ସୂଚନା ଅନୁଯାୟୀ,ଉଦଳାରୁ ପିଲାକୁ ଛାଡି ବୁଲେଟରେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବୁଲେଟ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଫଳରେ ଦୁଇ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏଥିସହ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଯୁବକଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।