ଦ୍ବିତୀୟ ଦିନରେ ପହଁଚିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ଦ୍ବିତୀୟ ଦିନରେ ପହଁଚିଲା ସଫେଇ କର୍ମଚାରୀଙ୍କ ବିକ୍ଷୋଭ। ରାଜଧାନୀର ରାଜରାସ୍ତାରେ ଝାଡୁ ଛାଡ଼ି ସଫେଇ କର୍ମଚାରୀମାନେ କରୁଛନ୍ତି ଆନ୍ଦୋଳନ। ଗତକାଲି ସର୍ବନିମ୍ନ ଦରମା ୧୫ ହଜାର ଦାବି ନେଇ ଧାରଣାକୁ ଓହ୍ଲାଇଥିଲେ। ତେବେ ଦରମା ବୃଦ୍ଧି ପାଇଁ ଅନେକ ଦିନରୁ ବିଏମସି ନିକଟରେ ଦାବି ଜଣେଇଥିଲେ କର୍ମଚାରୀମାନେ। ହେଲେ ସେମାନଙ୍କର ଦାବି ପୂରଣ ନ ହେବାରୁ ହଜାର ହଜାର ସଂଖ୍ୟାରେ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲେଇଛନ୍ତି। ଆନ୍ଦୋଳନ ଯୋଗୁ ଭୁବନେଶ୍ବରର ପ୍ରାୟ ସମସ୍ତ ୱାର୍ଡରେ ସଫେଇ କାମ ଠପ୍ ହୋଇରହିଛି ।ଏପରିକି ଯଦି ସେମାନଙ୍କର ଦାବି ସରକାର ନ ଶୁଣନ୍ତି ତେବେ ଏହି ଆନ୍ଦୋଳନ ଆହୁରି ଉଗ୍ରରୂପ ନେବା ବୋଲି କର୍ମଚାରୀମାନେ କହିଛନ୍ତି।

Mar 12, 2024 - 15:58
 10
ଦ୍ବିତୀୟ ଦିନରେ ପହଁଚିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ