ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍

ନୂଆଦିଲ୍ଲୀ: ପାକିସ୍ତାନ ମୁସଲିମ୍ ଲିଗ୍ ର ବରିଷ୍ଠ ନେତା ଶେହବାଜ ସରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ରବିବାର ନବ ନିର୍ବାଚିତ ସାଂସଦମାନଙ୍କ ଭୋଟିଂ ପରେ ସେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ଶନିବାର ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଭୋଟିଂ ପୂର୍ବରୁ ଏହି ତଥ୍ୟ ପିଏମଏଲ-ଏନ ସପକ୍ଷରେ ଥିଲା ଏବଂ ଶାହବାଜ ସରିଫ ପୁଣି ଥରେ ଦେଶର ଦାୟିତ୍ୱ ନେବେ ବୋଲି ବିଶ୍ୱାସ କରାଯାଉଥିଲା । ତାଙ୍କ ବିରୋଧରେ ଇମ୍ରାନ୍ ଖାନ୍ ଙ୍କ ଦଳ ପିଟିଆଇର ନେତା ଓମାର ଆୟୁବ୍ ଖାନ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଚୟନ ପାଇଁ ରବିବାର ଭୋଟ୍ ହୋଇଥିଲା । ଶେହବାଜ ସରିଫ ମୋଟ ୨୦୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ପିଟିଆଇର ଓମାର ଆୟୁବ ଖାନ୍ ୯୨ ଖଣ୍ଡ ଭୋଟ୍ ପାଇଛନ୍ତି। ଏହାପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ସରିଫଙ୍କ ନାମ ଘୋଷଣା କରାଯାଇଥିଲା। କୁହାଯାଉଛି ଯେ ଶେହବାଜ ସରିଫ୍ ସୋମବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।ନିକଟରେ ପାକିସ୍ତାନରେ ହୋଇଥିବା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନଥିଲା। ଏହାପରେ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ପିପିପି ଏବଂ ଏମକ୍ୟୁଏମ ସହ ମେଣ୍ଟ କରି ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା ।

Mar 3, 2024 - 16:23
 2
ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ୍