ପିଏମ ଜନମନ ଯୋଜନାରେ ଓଡ଼ିଶାକୁ ମିଳିଲା 24 କୋଟି ଟଙ୍କାର ଅନୁଦାନ
ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ ଏମ-ଜନମନ) ଅଧୀନରେ ଓଡ଼ିଶାକୁ 24 କୋଟି ଟଙ୍କାର ଅନୁଦାନ ମିଳିଛି । ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯ ଆଯାଇଛି । ଆଦିବାସୀ ସମ୍ପ୍ରଦାହ ମ୍ପ୍ରଦାୟର ସାମନ୍ତ୍ର ।ମଗ୍ରିକ ଉନ୍ନତି ଲାଗି କେନ୍ଦ୍ର ପ୍ରାୟୋଜିତ ଯୋଜନା ଆକାରରେ ପିଏମ୍ ଜନମନ ଯୋଜନା କାର୍ଯ୍ୟକାରୀ ହେଉଛି । ପିଏମ ଜନମନ ଯୋଜନାର ଉଦ୍ଦେଶ୍ୟ ହେଉଛି ଅତି ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ସାମାଜିକ ଆର୍ଥିକ ଉନ୍ନତିକରଣ ନିମନ୍ତେ ସେମାନଙ୍କୁ ଆବାସ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ଶିକ୍ଷା, ପୋଷଣ ଆଦି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବ | ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ୱର 2023ରେ ଶୁଭାରମ୍ଭ କରିଥିଲେ । ଦେଶର 18ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ରହୁଥିବା 75ଟି ପିଭିଟିଜି ସମ୍ପ୍ରଦାୟର ସାମାଜିକ ଏବଂ ଆର୍ଥିକ ଉନ୍ନତିକରଣ ଲାଗି ପିଏମ-ଜନମନ ଯୋଜନା କାର୍ଯ୍ୟକାରୀ ହେଉଛି ।