ପିସିସି ସଭାପତି ଭକ୍ତ ଦାସଙ୍କ ସୁନ୍ଦରଗଡ଼ ଗସ୍ତ...
ବିର୍ସାମୁଣ୍ଡାଙ୍କ ଜୟନ୍ତୀରେ ଯୋଗଦେଲେ, ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର
ସୁନ୍ଦରଗଡ଼, ୧୫ା୧୧ ରବିବାର ପିସିସି ସଭାପତି ଭକ୍ତଚରଣ ଦାସ ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସେ ପ୍ରଥମେ ରାଜଗାଙ୍ଗପୁର ରାଣୀବନ୍ଧଠାରେ ବୀର ବିର୍ସା ମୁଣ୍ଡା ଉତ୍ସବ କମିଟି ପକ୍ଷରୁ ଆୟୋଜିତ ବିର୍ସାମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ବାଧୀନତା ସଂଗ୍ରାମରେ ତାଙ୍କ ବଳିଦାନକୁ ମନେ ପକାଇଥିଲେ।
ସମ୍ମାନିତ ଅତିଥି ରୂପେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜନ ଏକ୍କା ଯୋଗ ଦେଇଥିଲେ। ଏହା ପରେ ଶ୍ରୀ ଦାସ ସ୍ଥାନୀୟ ବିର୍ସା ମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ତୀରନ୍ଦାଜୀ ଓ ହକି ପ୍ରତିଯୋଗିତାର ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ମହିଳା ହକି କ୍ୟାପଟେନ ସୁଭଦ୍ରା ପ୍ରଧାନ , କଂଗ୍ରେସ ନେତ୍ରୀ ଅନିତା ବିଶ୍ୱାଳ, ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାୟକ , ରାଜଗାଙ୍ଗପୁର ପୋୖରାଧ୍ୟକ୍ଷା ମାଧୁରୀ ଲୁଗୁନ, ଉପାଧ୍ୟକ୍ଷ ମହମ୍ମଦ ଇରଫାନ, ବିଧ୍ୟାୟକ ପ୍ରତିନିଧି ଅରୁଣ ସାମଲ, ଦେବ ରଞ୍ଜନ ବିନୋଦ, ଆଲବର୍ଟ କିଣ୍ଡୋ ପ୍ରମୁଖ ଯୋଗ ଦେଇଥିଲେ।
ଏହା ପରେ ସୁନ୍ଦରଗଡ଼ ଆସି ସ୍ଥାନୀୟ ପ୍ରଦକ୍ଷଣ ଗୃହରେ ବିଭିନ୍ନ ପଞ୍ଚାୟତ ଓ ବ୍ଲକରୁ ଯୋଗ ଦେଇଥିବା ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ସମସ୍ତେ ଅଧିକ କ୍ରିୟାଶୀଳ ହୋଇ କାମ କରିବ ସେ ସମ୍ପର୍କରୋ ମାର୍ଗଦର୍ଶନ କରିଥିଲେ।
ଜିଲ୍ଲା ସଭାପତି ନିର୍ମଳ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ କର୍ମକର୍ତ୍ତା ଅଜିତ ପ୍ରସାଦ, ପର୍ଶୁରାମ ସରାଫ, ଅନିମା ମିଞ୍ଜ, ଜ୍ଞାନେନ୍ଦ୍ର ଦାସ, ଗୋରେଟି ଖେସ, ମହିଳା ସଭାପତି କଳ୍ପନା ଆପଟ, ସୁଧାରାଣୀ ରାଉଡ଼ିଆ, ସେବାଦଳ ତନୟା ରାଉଡ଼ିଆ, ରାଜ୍ୟ ସେବାଦଳର ମୁନୁ ସରାଫ, ରଂଜନ ସେଠୀ, ଦେବେନ୍ଦ୍ର ଭିତ୍ରିଆ, ସୁଧାଂଶୁ ପଶାୟତ, ପୀତାମ୍ବର ଶେଖରଦେଓ, ଶୁଭେନ୍ଦୁ ନାଏକ, ଅତିଥି ପଧାନ, ଚିନ୍ତାମଣି ସାହୁ,ରାଜେନ୍ଦ୍ର ପଟେଲ, ଦେବାଶିଷ ଦାସ, ଭୀଷ୍ମଦେବ ସିଂ, ଅମିତ ନାଏକ, ଇମିତୟାଜ ହୁସେନ, ସୋହେଲ ଖାଁ, ଆନ୍ଥୋନି କୁଲୁ, ବିଶ୍ବଜିତ ପଟ୍ଟନାୟକ, ଆଇନଜୀବୀ ସତ୍ୟଜିତ ନାଏକ, ସଂଜୀବ ପଟ୍ଟନାୟକ, ଶ୍ୟାମନନ୍ଦନ ସହାୟ, ଏମ୍ଡି ହାଫିଜ, ସନତ ପଧାନ, ସନ୍ତୋଷ ପଧାନଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।