ନୂଆପଡା ଉପନିର୍ବାଚନ ପାଈଁ କଂଗ୍ରେସ ର ସାମ୍ବାଦିକ ସମିଳନୀ...

Nov 2, 2025 - 18:34
 6
ନୂଆପଡା ଉପନିର୍ବାଚନ ପାଈଁ କଂଗ୍ରେସ ର ସାମ୍ବାଦିକ ସମିଳନୀ...

ଧମକ ଚମକ ଦେଇ ପ୍ରଶାସନକୁ ବେଆଇନ କାମ କରି ନିର୍ବାଚନ ହାତେଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚାରିବା ସହ ସେ କହିଛନ୍ତି, ଆମ ଆଦିବାସୀ ପ୍ରାର୍ଥୀ ସମସ୍ତ ପ୍ରାର୍ଥୀଙ୍କଠାରୁ ଅଧିକ ଲୋକପ୍ରିୟ।

ସେ ଲୋକଙ୍କ ସାଥିରେ ଲଢେଇ କରୁଥିବା ଏକ ସଂଗ୍ରାମୀ ସାଥୀ ତେଣୁ ବିଜେପି ଭୟଭୀତ ହୋଇ ଜନସାଧାରଣଙ୍କୁ ଧମକ ଦେବା ରାଜନୀତି କରୁଛି। 

ନୂଆପଡାବାସୀ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇ ସାରିଲେଣି ।

ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ, ବିଜେପି ମୋଦୀ ସରକାରଙ୍କ ଭୁଲ ଭଟକା ଏନଆରଜିଏସ ନୀତି ଯୋଗୁଁ ସୁକିନ୍ଦାରେ ନିଶା ମାଙ୍କଡ଼ିଆ ନାମ୍ନୀ ଜଣେ ଆଦିବାସୀଙ୍କ ଅନାହାର ମୃତ୍ୟୁ ହେଲା। ନୂଆପଡାରେ ମଧ୍ୟ ଅନୁରୂପ ସ୍ଥିତି । 

ଆଦିବାସୀଙ୍କ ଅଧିକାର ସରକାର ହନନ କରିବା ଫଳରେ ଆଦିବାସୀଙ୍କୁ ଦାଦନ ଦୁଃଖ ଯାତନା ସହିବାକୁ ପଡୁଛି । 

ଓଡ଼ିଶାରେ ଆମ ସରକାର ଥିବାବେଳେ ପତୋରା ଓ ତିଖାଲି ଭଳିଆ ବୃହତ ଜଳସେଚନ ଯୋଜନା, ବିଜୁଳୀକରଣ, ଉନ୍ନତ ରାସ୍ତା ନିର୍ମାଣ କାର୍ଯ୍ୟ ସବୁ ଆରମ୍ଭ କରା ଯାଇଥିଲା । 

୨୫ ବର୍ଷର ବିଜେଡି ଓ ବିଜେପି ସରକାର କେବଳ ମାଗଣା ଭେଳିକି ବ୍ୟତୀତ କଣ ସବୁ ବୃହତ ଯୋଜନା କରିଛି କହନ୍ତୁ ।

ଆଜିର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ମୁଖପାତ୍ର ଡ଼ ହମିଦ ହୁସେନ, ନୂଆପଡ଼ା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।