ପୁରୁଣା ଭୁବନେଶ୍ୱର ହାଟସାହିରେ ମାଗଣା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ...

Aug 20, 2026 - 10:07
 12
ପୁରୁଣା ଭୁବନେଶ୍ୱର ହାଟସାହିରେ ମାଗଣା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ...

ଵିଶିଷ୍ଟ ସମାଜସେବୀ, ସ୍ୱାଭିମାନୀ ରାଜନେତା ତଥା ଯଶସ୍ଵୀ ପୁରୁଷ ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତିରେ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ହାଟସାହି ଅଫିସ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। 

ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ର ମୁଖ୍ୟ ସଂଯୋଜିକା ଥିଲେ , ବିଶିଷ୍ଟ ନାରୀନେତ୍ରୀ, ଏକାମ୍ର ବିକାଶ ମଞ୍ଚ ସଭାନେତ୍ରୀ ତଥା ପ୍ରଶାନ୍ତ ମହାପାତ୍ରଙ୍କ ସହ ଧର୍ମିଣୀ ଶ୍ରୀମତୀ ରଶ୍ମୀ ମହାପାତ୍ର।  

ସ୍ୱାସ୍ଥ୍ୟ ସେବା ଶିବିର ରେ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଚିକିତ୍ସିତ ହୋଇଥିଲେ। 

ଶିବାଜୀ ହସ୍ପିଟାଲ ଅଭିଜ୍ଞ ଡାକ୍ତର ଶ୍ରୀ ଶ୍ୟାମ ଓ ନର୍ସ ଭଉଣୀ ମାନେ ଯୋଗଦେଇ ଜନସାଧାରଣଙ୍କ ଚିକିତ୍ସା କରି ଉପଯୁକ୍ତ ମେଡିସିନ ପ୍ରଦାନ କରି ଥିଲେ। 

ଶିବିର ପରିଚାଳନାରେ ସହଯୋଗ କରିଥିଲେ ବିଶିଷ୍ଟ ସମାଜସେବୀ ଶ୍ରୀ ସରୋଜ କୁମାର ମିଶ୍ର, ଶ୍ରୀଲିଙ୍ଗରାଜ ମନ୍ଦିର ସେବକ ଗୋପାଳ ମକଦ୍ଦମ୍, ସ୍ୱଦେଶ ରଞ୍ଜନ ସିଂହ ପ୍ରମୁଖ। 

ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନ ମୁଖ୍ୟ ସମ୍ପାଦକ ତଥା ଓଁକାର ନାଥ ଦେବ ମିଶନ ଭୁବନେଶ୍ୱର ଅଧ୍ୟକ୍ଷ ଇଂଜିନିୟର ଜିତେନ କୁମାର ରାଉତରାୟ ଯୋଗଦେଇ ସମାଜସେବୀ ସ୍ୱର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି,ଏହିପରି ମହତ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରି ଥିବା ଉଦ୍ୟାକ୍ତା ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।