ପ୍ରଥମ ଟେମ୍ପର୍ଡ ଗ୍ଲାସ ଉତ୍ପାଦନ କାରଖାନା ଉଦଘାଟନରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Aug 31, 2025 - 10:57
 13
ପ୍ରଥମ ଟେମ୍ପର୍ଡ ଗ୍ଲାସ ଉତ୍ପାଦନ କାରଖାନା ଉଦଘାଟନରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ନୋଏଡାରେ ମୋବାଇଲ୍ ଡିଭାଇସ୍ ପାଇଁ ଭାରତର ପ୍ରଥମ ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ କାରଖାନାକୁ ଉଦଘାଟ ଘାଟନ କରିଛନ୍ତି। ଏହି କାରଖାନା ଆମେରିକାର କର୍ଡିଂ ଇଙ୍କ, ସହଯୋଗରେ ଅପ୍ତିମସ୍ ଇଲେକ୍ଟ୍ରୋନିକ୍ସ ଦ୍ବାରା ପ୍ରତିଷ୍ଠ କରାଯାଇଛି । ଏହି କାରଖାନା ବିଶ୍ବ ସ୍ତରରେ ସ୍ବୀକୃତିପ୍ରାପ୍ତ ବ୍ରାଣ୍ଡ “ଇଞ୍ଜିନିୟର୍ଡ ବାଏ କର୍ଡିଂ'' ଅଧୀନରେ ଉଚ୍ଚମାନର ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ କରିବ। ଉତ୍ପାଦଗୁଡ଼ିକ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରବ୍ଧ ରକୁ ଯୋଗାଣ କରାଯିବ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଟେମ୍ପର୍ଡ ଗ୍ଲାସ୍ ମୋବାଇଲ୍ ଫୋନ୍ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସରଞ୍ଜାମ । ଏହାର ସ୍ବଦେଶୀ ଉତ୍ପାଦନ ମେକ୍ ଇନ୍ ଇଣ୍ଡିଆର ସଫଳତା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣରେ ଏକ ପ୍ରମୁଖ ପଦକ୍ଷେପ। ସେ ଆହୁରି ମଧ୍ୟ କହିଥିଲେ, ପର୍ଯ୍ୟାୟକ୍ରମେ ଭାରତ ଚିପ୍ସ, କଭର ଗ୍ଲାସ୍, ଲାପଟପ୍ ଏବଂ ସର୍ଭର ଉପାଦାନ ସମେତ ମୋବାଇଲ୍ ଫୋନ୍‌ରେ ବ୍ୟବହୃତ ପ୍ରତେ ଉପକରଣ ଉତ୍ପାଦନ କରିବ । ଏହାଦ୍ବାରା ଦେଶ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଏକ ବିଶ୍ବର ଅଗ୍ରଣୀ ଦେଶ ହୋଇପାରିବ । ଖୁବ୍ ଶୀଘ୍ର ଏକ ମେଡ୍ ଇନ୍ ଇଣ୍ଡିଆ ଚିପ୍ ଆରମ୍ଭ ହେବ, ଯାହା ଦେଶର ଆତ୍ମନିର୍ଭରଶୀଳତା ଦିଗରେ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ହେବ ବୋଲି ସେ କହିଛନ୍ତି।

ଶ୍ରୀ ବୈଷ୍ଣବ ଆହୁରି ଉଲ୍ଲେଖ କରିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇ ୧୧.୫ ଲକ୍ଷ କୋଟି ଟଙ୍କା ଉତ୍ପାଦନ ମୂଲ୍ୟରେ ପହଞ୍ଚିଛି । ଏସବୁ ଉପାଦାନର ରପ୍ତାନି ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ୨.୫ ନିୟୁତ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିଛି । ସେ କହିଛନ୍ତି ଯେ ଦେଶରେ ସାମଗ୍ରିକ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ ଦ୍ରୁତ ଗତିରେ ବିକାଶ କରୁଛି ଏବଂ ମୂଲ୍ୟ ବୃଦ୍ଧି ପର୍ଯ୍ୟାୟକ୍ରମେ ବଢୁଛି ।

ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ଡିଜାଇନ୍ ଶକ୍ତି ଏହାର ସବୁଠାରୁ ବଡ଼ ସାମର୍ଥ୍ୟ। ସରକାର ଗବେଷଣା ৩৫° ବିକାଶ କ୍ଷମତାକୁ ବୃଦ୍ଧି କରିବା ଜାରି ରଖିବେ। ଏହାର ଉଦାହରଣ ଦେଇ ସେ କହିଛନ୍ତି ଯେ ଆଇଆଇଟି ମାଡ୍ରାସ ଦ୍ବାରା ସୃଷ୍ଟ ଏକ ଷ୍ଟାର୍ଟଅପ୍ ଭାରତର ପ୍ରଥମ ମାଇକ୍ରୋକଣ୍ଟ୍ରୋଲର ଡିଜାଇନ୍ କରିଛି, ଯାହା ଖୁବ୍ ଶୀଘ୍ର ଭାରତୀୟ ଉତ୍ପାଦରେ ନିୟୋଜିତ ହେବ। ରେଳ କ୍ଷେତ୍ରରେ, ଭାରତୀୟ ନିର୍ମାତାମାନେ ପୂର୍ବରୁ ୟୁରୋପୀୟ ଦେଶଗୁଡ଼ିକୁ ସର୍ବୋଚ୍ଚ ବିଶ୍ବ ଗୁଣବତ୍ତା ମାନଦଣ୍ଡର ଉପକରଣ ରପ୍ତାନି କରୁଛନ୍ତି।

ଶ୍ରୀ ବୈ ବୈଷ୍ଣବ ଆହୁରି କହିଛନ୍ତି ଯେ ୨୦୨୫-୨୬ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସରେ ଭାରତ ୭.୮% ଜିଡିପି ଅଭିବୃଦ୍ଧି ହା ହାର ହାସଲ କରିଛି । ଦେଶ ଏକ ସ୍ଥିର, ସକ୍ରିୟ ଏବଂ ନବସୃଜନ-ଚାଳିତ ଅର୍ଥବ୍ୟବସ୍ଥା ବୋଲି ଏହାଦ୍ବାରା ପ୍ରମାଣିତ ହୋଇଛି । ସେ ଯୁବପିଢ଼ିଙ୍କୁ କଠିନ ପରିଶ୍ରମ କରିବା ଏବଂ ଆତ୍ମନିର୍ଭର ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟରେ ଯୋଗଦାନ ଦେବାକୁ ଆହ୍ବାନ ଦେଇଥିଲେ । ସେ କହିଥିଲେ, ବିଶ୍ବ ଭାରତକୁ ବହୁତ ଆଶା ନେଇ ଦେଖୁଛି।

ଏହି ଅବ ଅବସରରେ, ଅସ୍ଟିମସ୍ ଇନଫ୍ରାକମ୍ ଲିମିଟେଡର ଅଧ୍ୟକ୍ଷ ଅଶୋକ କୁମାର ଗୁପ୍ତା, ଇଣ୍ଡିଆ େ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନର ଅଧ୍ୟକ୍ଷ ପଙ୍କଜ ମହିନ୍ଦୁ ପ୍ରମୁଖ କାରଖାନା କାର୍ଯ୍ୟକ୍ଷମ ହେବାକୁ ସ୍ବାଗତ କରିଛନ୍ତି । ୭୦ କୋଟି ଟଙ୍କା ପ୍ରାରମ୍ଭିକ ନିବେଶ ସର୍ହିତ, ନୋଏଡାର ଏହି କାରଖାନ ଗୁଣବତ୍ତାର ତ୍ତାର ଟେମ୍ପର୍ଡ ଗ୍ଲାସ ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ଅଢ଼େଇ କୋଟି ଟେମ୍ପର୍ଡ ନିର୍ମାଣ ରେ ଉନ୍ନତ ଣ କରାଯିବ ଏବଂ ଏହି କାରଖାନା ୬୦୦ରୁ ଅଧିକ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଦ୍ବିତୀୟ ପର୍ଯ୍ୟାୟରେ, ଏହି କାରଖାନାରେ ସ୍ଥାନୀୟ ଏବଂ ବିଶ୍ବ ବଜାର ପାଇଁ ବାର୍ଷିକ ୨୦ କୋଟି ୟୁନିଟ୍ ଟେମ୍ପ ଟମ୍ପର୍ଡ ଗ୍ଲାସ ଉତ୍ପାଦନ କରାଯିବ । ୮୦୦ କୋଟିର ଅତିରିକ୍ତ ନିବେଶ ସହିତ ଏଠାରେ ସାଢ଼େ ୪ ହଜାରରୁ ଅଧୂକ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।