ଫେବ୍ରୁଆରି ୧୯ରେ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬କୁ ୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Feb 19, 2026 - 08:26
 8
ଫେବ୍ରୁଆରି ୧୯ରେ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬କୁ ୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଫେବ୍ରୁଆରି ୧୯ରେ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬କୁ ୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଶିଖର ସମ୍ମିଳନୀର ବିଷୟ: ସର୍ବଜନ ହିତାୟ, ସର୍ବଜନ ସୁଖାୟ

ଶିଖର ସମ୍ମିଳନୀର ପ୍ରମୁଖ ସ୍ତମ୍ଭ: ମନୁଷ୍ୟ,ପୃଥ‌ିବୀ ଓ ପ୍ରଗତି

ଏହି ସମ୍ମିଳନୀରେ ୫୦୦ରୁ ଅଧୂକ ବିଶ୍ବ ଏଆଇ ପ୍ରମୁଖ, ୨୦ ରୁ ଅଧୂକ ରାଷ୍ଟ୍ର ଓ ସରକାର । ଉପମନ୍ତ୍ରୀ ଯୋଗଦେବେ ମୁଖ୍ୟ ଏବଂ ପ୍ରାୟ ୬୦ ଜଣ ମନ୍ତ୍ରୀ ଏବଂ

ପ୍ରଧାନମନ୍ତ୍ରୀ ଲିଡର୍ସ ପ୍ଲେନାରୀ ଏବଂ ସିଇଓ ଗୋଲଟେବୁଲରେ ଅଂଶଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ ଇଣ୍ଡିଆ ଅନ୍ୟ ବିଶ୍ୱ ନେତାମାନଙ୍କ ସହିତ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ରେ ଥ‌ିବା କଣ୍ଟ୍ରି ପାଭିଲିୟନ ପରିଦର୍ଶନ କରିବେ

ପ୍ରଧାନମନ୍ତ୍ରୀ ଫେବ୍ରୁଆରୀ ୧୮ରେ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ନେତାମାନଙ୍କୁ ସ୍ବାଗତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୧୯ରେ ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ପରିଦର୍ଶନ ଓ ଉଦଘାଟନ କରିବେ। ଏହା ପୂର୍ବରୁ ୧୮ ଫେବ୍ରୁଆରି ସଂଧ୍ୟା ୭ଟା ବେଳେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପଠାରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ନେତାମାନଙ୍କୁ ସ୍ବାଗତ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଉଥ‌ିବା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ଫେବ୍ରୁଆରୀ ୧୯ ତାରିଖରେ ସକାଳ ପ୍ରାୟ ୯.୪୦ ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ର ଉଦଘାଟନୀ ସମାରୋହରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସହିତ, ଉଦଘାଟନୀ ସମାରୋହକୁ ଫ୍ରାନ୍ସର ରାଷ୍ଟ୍ରପତି, ଜାତିସଂଘର ମହାସଚିବ ଏବଂ ବିଶ୍ବର ବିଭିନ୍ନ ଶୀର୍ଷ ଶିଳ୍ପ ନେତାମାନେ ମଧ୍ୟ ସମ୍ବୋଧୂତ କରିବେ।

ଏହା ପରେ ସେ ସକାଳ ପ୍ରାୟ ୧୧ ଟାରେ ଅନ୍ୟ ନେତାମାନଙ୍କ ସହିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ପରିଦର୍ଶନ କରିବେ, ଏହା ସହିତ ସେମାନେ ବିଭିନ୍ନ ଦେଶର ପାଭିଲିୟନ ପରିଦର୍ଶନ କରିବେ।

ପ୍ରଧାନମନ୍ତ୍ରୀ ଅପରାହ୍ନ ୧୨ ଟାରେ ଆରମ୍ଭ ହେବାକୁ ଥ‌ିବା ନେତାମାନଙ୍କ ପ୍ଲାନେରି ଅଧୂବେଶନରେ ଅଂଶଗ୍ରହଣ କରିବେ। ଏହା ରାଷ୍ଟ୍ରମୁଖ୍ୟ, ମନ୍ତ୍ରୀ ଏବଂ ବହୁରାଷ୍ଟ୍ରୀୟ ସଂଗଠନର ବରିଷ୍ଠ ପ୍ରତିନିଧୂମାନଙ୍କୁ ଏକତ୍ର କରି ଜାତୀୟ ଏବଂ ବିଶ୍ବ ସ୍ମରରେ ଶାସନ, ଭିତ୍ତିଭୂମି ଏବଂ ଅନ୍ତର୍ଜାତୀୟ ସହଯୋଗ ସମେତ ଏଆଇ ଉପରେ ପ୍ରାଥମିକତା ଉପରେ ରୂପରେଖା ପ୍ରସ୍ତୁତ କରିବ।

ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୫.୩୦ ରୁ ସିଇଓ ଗୋଲଟେବୁଲରେ ଅଂଶଗ୍ରହଣ କରିବେ। ଏହା ବିଶ୍ବ ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ କମ୍ପାନୀଗୁଡ଼ିକର ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ସରକାରୀ ନେତୃତ୍ବ ସହିତ ନିବେଶ, ଗବେଷଣା ସହଯୋଗ, ଯୋଗାଣ ଶୃଙ୍ଖଳା ଏବଂ ଏଆଇ ସିଷ୍ଟମ କାର୍ଯ୍ୟାନ୍ଵୟନ ଉପରେ ଆଲୋଚନା କରିବାକୁ ଏକତ୍ରିତ କରିବ।

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ର ବିଷୟବସ୍ତୁ ହେଉଛି "ସର୍ବଜନ ହିତାୟ ସର୍ବଜନ ସୁଖାୟ" ଯାହାର ଅର୍ଥ ସମସ୍ତଙ୍କର କଲ୍ୟାଣ, ସମସ୍ତଙ୍କର ଖୁସି। ଏହା ଭାରତକୁ ଏଆଇ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବରେ ପ୍ରତିଷ୍ଠା କରିବ ଏବଂ ଏପରି ଏକ ଭବିଷ୍ୟତର କଳ୍ପନା କରିବ ଯେଉଁଠାରେ ଏଆଇ ମାନବତାକୁ ଆଗକୁ ବଢାଇବ, ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବ ଏବଂ ଆମର ପୃଥ‌ିବୀକୁ ସୁରକ୍ଷା ଦେବ।

ସାତଟି କାର୍ଯ୍ୟକାରୀ ଗୋଷ୍ଠୀ ଏହି ସମ୍ମିଳନୀକୁ ପରିଚାଳନା କରୁଛନ୍ତି, ଯାହା ତିନୋଟି ସ୍ତମ୍ଭ ସହିତ ସଂଯୁକ୍ତ: ଲୋକ, ପୃଥ‌ିବୀ ଏବଂ ପ୍ରଗତି। ଏହି ଗୋଷ୍ଠୀଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଏଆଇର ପ୍ରଭାବକୁ ପ୍ରଦର୍ଶନ କରୁଥିବା ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିବାକୁ କାର୍ଯ୍ୟ କରିବେ। ସାତଟି ବିଷୟବସ୍ତୁ ହେଉଛି: ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ମଙ୍ଗଳ ପାଇଁ ଏଆଇ; ଏଆଇ ସମ୍ବଳର ଗଣତାନ୍ତ୍ରିକୀକରଣ; ସାମାଜିକ ସଶକ୍ତିକରଣ ପାଇଁ ଅନୁର୍ଭୁକ୍ତି; ନିରାପଦ ଏବଂ ବିଶ୍ବସ୍ତ ଏଆଇ; ମାନବ ସମ୍ବଳ; ବିଜ୍ଞାନ; ସ୍ଥିରତା, ନବସୃଜନ ଏବଂ ଦକ୍ଷତା ।

ଏହି ସମ୍ମିଳନୀ ୫୦୦ ରୁ ଅଧିକ ବିଶ୍ବ ଏଆଇ ନେତାଙ୍କୁ ଏକ‌ତ୍ର କରିବ, ଯେଉଁଥିରେ ସିଇଓ/ସିଏକ୍ସଓ, ପ୍ରାୟ ୧୦୦ ସିଇଓ ଏବଂ ପ୍ରତିଷ୍ଠାତା, ୧୫୦ ଶିକ୍ଷାବିତ୍

ଏବଂ ଗ ଗବେଷକ ଏବଂ ୪୦୦ ସିଟିଓ, ଉପସଭାପତି ଏବଂ ବଦାନ୍ୟ ବ୍ୟକ୍ତି ସାମିଲ ହେବେ। ଏଥିରେ ମଧ୍ୟ ୨୦ ରୁ ଅଧିକ ରାଷ୍ଟ୍ର ଏବଂ ସରକାର ମୁଖ୍ୟ ଏବଂ ପ୍ରାୟ ୬୦ ଜଣ ମନ୍ତ୍ରୀ ଏବଂ ଉପମନ୍ତ୍ରୀଙ୍କ ସମେତ ୧୦୦ ରୁ ଅଧିକ ସରକାରୀ ପ୍ରତିନିଧୂ ସାମିଲ ହେବେ।