ପ୍ରମିକାକୁ ଗୁଳି କରି ହତ୍ୟା କଲା ନୃସଂଶ ପ୍ରମିକ

ପୁଣେ: ପ୍ରମିକାକୁ ଗୁଳି କରି ହତ୍ୟା କଲା ପ୍ରମିକ | ପୁଣେରେ ଥିବା ଗୋଟାଏ ହୋଟେଲ୍‌ରେ ଜଣେ ମହିଳା ଆଇଟି ଇଞ୍ଜିନିୟର୍‌ଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ ଗୁଳି କରି ମାରି ହତ୍ୟା କରିଥିବା କଥା ରବିବାର ଦିନ ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ପିମ୍ପ୍‌ରୀ ଚିଞ୍ଚ୍‌ୱଡ଼ ଅନ୍ତର୍ଗତ ହିଞ୍ଜୱାଡ଼ୀ ଅଞ୍ଚଳରେ ଅବସ୍ଥିତ ଓୟୋ ଟାଉନ୍‌ ହାଉସ୍‌ ହୋଟେଲ୍‌ରେ ଶନିବାର ଦିନ ଏହି ଘଟଣା ଘଟିଥିଲା। ପୁଲିସ କହିଛି, ଅଭିଯୁକ୍ତ ଋଷଭ ନିଗମଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ତାଙ୍କ ଘର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ। ନିହତ ମହିଳା ହେଉଛନ୍ତି ବନ୍ଦନା ଦିବେଦୀ। ସେ ହିଞ୍ଜୱାଡ଼ୀସ୍ଥିତ ଏକ ଖ୍ୟାତନାମା ଆଇଟି ଫାର୍ମରେ କାମ କରୁଥିଲେ।ଉଭୟ ୧୦ ବର୍ଷ ହେବ ପରସ୍ପରଙ୍କୁ ଜାଣିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବନ୍ଦନାଙ୍କୁ ଭେଟିବା ଲାଗି ଋଷଭ ପୁଣେ ଆସିଥିଲେ। ଜାନୁଆରି ୨୫ ତାରିଖରୁ ହିଞ୍ଜୱାଡ଼ୀସ୍ଥିତ ଉକ୍ତ ହୋଟେଲ୍‌ରେ ରୁମ୍‌ ବୁକ୍‌ କରି ଦୁହେଁ ରହୁଥିଲେ। ପୁଲିସ ସୂତ୍ରରୁ ପ୍ରକାଶ, ବନ୍ଦନାର ଚରିତ୍ର ଉପରେ ଋଷଭଙ୍କର ସନ୍ଦେହ ହୋଇଥିଲା। ତେଣୁ, ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ଋଷଭ ପୁଣେ ଆସିଥିଲେ।

ପ୍ରମିକାକୁ ଗୁଳି କରି ହତ୍ୟା କଲା ନୃସଂଶ ପ୍ରମିକ