୭୩୮ କିଲୋମିଟର ରେଳ ମାର୍ଗରେ କାର୍ଯ୍ୟକାରୀ ହେଲା କବଚ ୪.୦
ଦିଲ୍ଲୀ-ମୁମ୍ବାଇ ମାର୍ଗରେ ପଲୱାଲ-ମାଥୁରା-ନଗଡା ସେକ୍ସନ (୬୩୩ ଆରକିମି) ଏବଂ ଦିଲ୍ଲୀ-ହାଓଡ଼ା ମାର୍ଗରେ ହାଓଡ଼ା-ବଦ୍ଧମାନ ସେକ୍ସନ (୧୦୫ ଆରକିମି)
ସମସ୍ତ ସ୍ବର୍ଣ୍ଣ ଚତୁର୍ଭୁଜ, ସ୍ବର୍ଣ୍ଣ ତ୍ରିଭୂଜ, ଅଧୂକ ରେଳ ଚଳାଚଳ କରୁଥିବା ଏବଂ ଭାରତୀୟ ରେଳବାଇର ଚିହ୍ନଟ ହୋଇଥିବା ସେକ୍ସନଗୁଡ଼ିକୁ ଅନୁର୍ଭୁକ୍ତ କରି ୧୫,୫୧୨ ଆରକିମି ରେ ଟ୍ରାକ୍ ସାଇଡ୍ କବଚ କାର୍ଯ୍ୟକାରୀ କରାଯାଇଛି
ଅଧୂକ ସୁରକ୍ଷା ସହ କବଚ ୪.୦ର ଉନ୍ନତ ବୈଶିଷ୍ଟ୍ୟ ଉନ୍ମୋଚନ
1. କବଚ ହେଉଛି ଏକ ସ୍ବଦେଶୀ ବିକଶିତ ସ୍ବୟଂଚାଳିତ ଟ୍ରେନ୍ ସୁରକ୍ଷା (ଏଟିପି) ବ୍ୟବସ୍ଥା। ଏହା ଏକ ଉଚ୍ଚ ପ୍ରଯୁକ୍ତିଗତ ବ୍ୟବସ୍ଥା, ଯାହା ସର୍ବୋଚ୍ଚ କ୍ରମ (ଏସ୍ଆଇଏଲ୍-୪)ର ସୁରକ୍ଷା ପ୍ରମାଣପତ୍ର ଆବଶ୍ୟକ କରେ।
2. କବଚ, ଲୋକୋ ପାଇଲଟଙ୍କୁ ନିର୍ଦ୍ଦିଷ୍ଟ ବେଗ ସୀମା ମଧ୍ୟରେ ଟ୍ରେନ୍ ଚଳାଇବାରେ ସାହାଯ୍ୟ କରେ, ଯଦି ଲୋକୋ ପାଇଲଟ୍ ଏହା କରିବାରେ ବିଫଳ ହୁଅନ୍ତି, ତେବେ ବ୍ରେକ୍ ସ୍ବୟଂଚାଳିତ ବ୍ୟବସ୍ଥା ଦ୍ବାରା ଏବଂ ଖରାପ ପାଗ ସମୟରେ ଟ୍ରେନଗୁଡ଼ିକୁ ସୁରକ୍ଷିତ ଭାବରେ ଚଳାଇବାରେ ମଧ୍ୟ ସାହାଯ୍ୟ କରେ ।
3. ଯାତ୍ରୀବାହୀ ଟ୍ରେନରେ ପ୍ରଥମ ପରୀକ୍ଷଣ ଫେବୃଆରୀ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ନିଜସ୍ବ ସୁରକ୍ଷା ଆକଳନକାରୀ (ଆଇଏସ୍ଏ) ଙ୍କ ଦ୍ବାରା ପ୍ରାପ୍ତ ଅଭିଜ୍ଞତା ଏବଂ ବ୍ୟବସ୍ଥାର ସୁରକ୍ଷା ମୂଲ୍ୟାଙ୍କନ ବ୍ୟାଙ୍କନ ଆ ଆଧାରରେ, କବଚ ଭର୍ ୩.୨ ଯୋଗାଣ ପାଇଁ ୨୦୧୮-୧୯ ମସିହାରେ ତିନୋଟି ସଂସ୍ଥାକୁ ଅନୁମୋଦ ଅନୁମୋଦନ କରାଯାଇଥିଲା ।
4. କବଚକୁ ଜୁଲାଇ ୨୦୨୦ ମସିହାରେ ଜାତୀୟ ଏଟିପି ସିଷ୍ଟମ ଭାବରେ ଗ୍ରହଣ କରାଯାଇଥିଲା। 5.
କବଚ ବ୍ୟବସ୍ଥାର କାର୍ଯ୍ୟାନ୍ବୟନରେ ନିମ୍ନଲିଖୂତ ପ୍ରମୁଖ କାର୍ଯ୍ୟକଳାପଗୁଡିକ ସାମିଲ ରହିଛି:
I. ପ୍ରତ୍ୟେକ ଷ୍ଟେସନ, ବ୍ଲକ ସେକ୍ସନରେ ଷ୍ଟେସନ କବଚ ସ୍ଥାପନ।
II. ସମଗ୍ର ଟ୍ରାକରେ ଆର.ଏଫ୍.ଆଇ.ଡି. ଟ୍ୟାଗ୍ ସ୍ଥାପନ।
III. ସମଗ୍ର ବିଭାଗରେ ଟେଲିକମ୍ ଟାୱାର ସ୍ଥାପନ।
IV. ଟ୍ରାକ୍ ସହିତ ଅପ୍ଟିକାଲ ଫାଇବର କେବୁଲ ବିଛାଇବା।
V. ଭାରତୀୟ ରେଳବାଇରେ ଚାଲୁଥିବା ପ୍ରତ୍ୟେକ ଲୋକୋମୋଟିଭରେ ଲୋକୋ କବଚ ବ୍ୟବସ୍ଥା।
6. ଦକ୍ଷିଣ କେନ୍ଦ୍ରୀୟ ରେଳବାଇରେ ୧୪୬୫ ଆର.କେ.ମିରେ କବଚ ସଂସ୍କରଣ ୩.୨ର ନିୟୋଜନ ଏବଂ ଅଭିଜ୍ଞତା ହାସଲ ଆଧାରରେ ଆହୁରି ଉନ୍ନତି କରାଯାଇଥିଲା। ଶେଷରେ, ୧୬ ଜୁଲାଇ ୨୦୨୪ ମସିହାରେ ଆର.ଡି.ଏସ୍.ଓ. ଦ୍ବାରା କବଚର ନିର୍ଦ୍ଦିଷ୍ଟ ସଂସ୍କରଣ ୪.୦କୁ ଅନୁମୋଦନ କରାଯାଇଥିଲା ।
7. ବିବିଧ ରେଳ ନେଟୱାର୍କ ପାଇଁ ଆବଶ୍ୟକ ସମସ୍ତ ପ୍ରମୁଖ ବୈଶିଷ୍ଟ୍ୟ କବଚ ସଂସ୍କରଣ ୪.୦ ରେ ଅନୁର୍ଭୁକ୍ତ । ଭାରତୀୟ ରେଳବାଇର ସୁରକ୍ଷାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ସ୍ବଳ୍ପ ସମୟ ମଧ୍ୟରେ ଆଇଆର ସ୍ବୟଂକ୍ରିୟ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ବିକାଶ, ପରୀକ୍ଷଣ ଏବଂ କାର୍ଯ୍ୟକାରୀ ଆରମ୍ଭ କରିଛି।
8. ସଂସ୍କରଣ ୪.୦ରେ ପ୍ରମୁଖ ଉନ୍ନତି ମଧ୍ୟରେ ସ୍ଥାନ ସଠିକତା ବୃଦ୍ଧି, ବ୍ରଡ଼ ଗଜରେ ସିଗନାଲ ଦିଗଗୁଡିକର ଉନ୍ନତ ସୂଚନା, ଓଏଫସିରେ ଷ୍ଟେସନରୁ ଷ୍ଟେସନ କବଚ ଇଣ୍ଟରଫେସ୍ ଏବଂ ଡାଇରେକ୍ଟ ଇଣ୍ଟରଫେସରୁ କାର୍ଯ୍ୟ କରୁଥିବା ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଙ୍ଗ୍ ସିଷ୍ଟମ ଅନୁର୍ଭୁକ୍ତ । ଏହି ଉନ୍ନତିକରଣଗୁଡ଼ିକ ସହିତ, ଭାରତୀୟ ରେଳବାଇରେ ବ୍ୟାପକ ସ୍ତରରେ କବଚ ଭର୍, ୪.୦ କୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଛି।
9. ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ, ମୋଟ୍ ୭୩୮ କିଲୋମିଟର, ଦିଲ୍ଲୀ-ମୁମ୍ବାଇ ମାର୍ଗରେ ପଲୱାଲ-ମଥୁରା-ନାଗଦା ସେକ୍ସନ (୬୩୩ ଆରକିମି) ଏବଂ ହାୱଡା-ବଦ୍ଧମାନ ସେକ୍ସନ (୧୦୫ ଆରକିମି) ମାର୍ଗରେ କବଚ ୪.୦ ଭର୍ସନକୁ ସଫଳତାର ସହ କା କାର୍ଯ୍ୟକ୍ଷମ କରାଯାଇଛି। ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା କରିଡରର ଅବଶିଷ୍ଟ ଭାଗରେ କବଚ କାର୍ଯ୍ୟକାରି କରିବା ପାଇଁ ପଦକ୍ଷେପ ନିଆଯାଇଛି।
10. ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା କରିଡର ସମେତ ବ୍ୟାପକ ରେଳ ଚଳାଚଳ କରୁଥିବା ମାର୍ଗରେ କବଚର ଅଗ୍ରଗତି ନିମ୍ନରେ ଦିଆଗଲା:
କ୍ରମିକ ନଂ
ସାମଗ୍ରୀ
ଅଗ୍ରଗତି
ଏବଂ
। ବିଛା ହୋଇଥିବା ଅପ୍ଟିକାଲ ଫାଇବର କେ କେବୁଲ
୭,୧୨୯ କି.ମି
9
ଟେଲିକମ୍ ଟାଓ୍ବାର ସ୍ଥାପନ
୮୬୦ଟି
ଷ୍ଟେସନରେ କବଚ ବ୍ୟବସ୍ଥା
୫୪୯ଟି
४
ଟ୍ରାକ ପାର୍ଶ୍ବ ସରଞ୍ଜାମ ସ୍ଥାପନ
១,១១४ ଆରକେଏମ୍
ଲୋକୋରେ କବଚ ବ୍ୟବସ୍ଥା
४,९४४
11. ଆହୁରି ମଧ୍ୟ ଭାରତୀୟ ରେଳବାଇର ସମସ୍ତ ଜିକ୍ୟୁ, ଜି.ଡି., ଏଚ.ଡି.ଏନ୍. ଏବଂ ଚିହ୍ନଟ କରାଯାଇଥିବା ସେକ୍ସନଗୁଡ଼ିକୁ ଅନୁର୍ଭୁକ୍ତ କରି ୧୫,୫୧୨ ଆର.କି.ମିରେ ଟ୍ରାକ୍ ପାର୍ଶ୍ବ କବଚ ସ୍ଥାପନ କାର୍ଯ୍ୟ ହାତକୁ ନିଆଯାଇଛି।
12. ଆଉ ୯,୦୬୯ ଲୋକୋମୋଟିଭରେ କବଚ ସଂସ୍କରଣ ୪.୦ ଲଗାଇବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। କବଚକୁ ପର୍ଯ୍ୟାୟକ୍ରମେ ଲୋକୋମୋଟିଭରେ ଯୋଗାଇ ଦିଆଯାଉଛି।
13. ସମସ୍ତ ସମ୍ପୂକୁ ଅଧୂକାରୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଭାରତୀୟ ରେଳବାଇର କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନଗୁଡ଼ିକରେ କବଚ ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୦,୦୦୦ରୁ ଅଧୂକ ଟେକ୍ନିସିଆନ୍, ଅପରେଟର ଏବଂ ଇଞ୍ଜିନିୟରମାନଙ୍କୁ କବଚ ଟେକ୍ନୋଲୋଜି ଉପରେ ତାଲିମ ଦିଆଯାଇଛି। ଏଥିରେ ୩୦,୦୦୦ ଲୋକୋ ପାଇଲଟ୍ ଏବଂ ସହକାରୀ ଲୋକୋ ପାଇଲଟ୍ ସାମିଲ ଅଛନ୍ତି। ଆଇ.ଆର୍.ଆଇ.ଏସ୍.ଇ.ଟି. ସହଯୋଗରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି।
14. କବଚ ଷ୍ଟେସନ ଉପକରଣ ସମେତ ଟ୍ରାକ୍ ସାଇଡର ବ୍ୟବସ୍ଥାର ମୂଲ୍ୟ ପାଖାପାଖୂ କିଲୋମିଟର ପ୍ରତି ୫୦ଲକ୍ଷ ଟଙ୍କା ଏବଂ ଲୋକୋମୋଟିଭ୍ରେ କବଚ ଉପକରଣ ଯୋଗାଣର ମୂଲ୍ୟ ପ୍ରାୟ ୮୦ଲକ୍ଷ ଟଙ୍କା/ଲୋକୋ।
15. ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ କବଚ କାର୍ଯ୍ୟରେ ବ୍ୟବହୃତ ପାଣ୍ଠି ହେଉଛି ୨୩୫୪.୩୬ କୋଟି ଟଙ୍କା । ୨୦୨୫-୨୬ ବର୍ଷରେ ୧୬୭୩,୧୯ କୋଟି ଟଙ୍କାର ପାଣ୍ଠି ଆବଣ୍ଡନ ହୋଇଛି । କାର୍ଯ୍ୟର ଅଗ୍ରଗତି ଅନୁଯାୟୀ ଆବଶ୍ୟକ ପାଣ୍ଠି ଉପଲବ୍ଧ କରାଯାଉଛି ।
କେନ୍ଦ୍ର ସୂଚନା ଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖୂତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।