ଫେବୃଆରୀ ୭ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଝାରସୁଗୁଡା: ଓଡିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଫେବ୍ରୁଆରୀ ୭ ତାରିଖରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଝାରସୁଗୁଡାରେ ପ୍ରବେଶ କରିବାକୁ ଯାଉଛି । ଏହି ଯାତ୍ରାରେ କଂଗ୍ରେସର ତୁଙ୍ଗ ନେତାମାନେ ସାମିଲ ହେବେ । ତେବେ ଏନେଇ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାହୁଲ ଗାନ୍ଧୀଙ୍କ ସ୍ୱାଗତ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଛି । ଝାରସୁଗୁଡା ସହରାଞ୍ଚଳ ସ୍ଥିତ ଜିଲ୍ଲା କଂଗ୍ରେସ କାର‌୍ୟ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ହମିଦ ହୁସେନ ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ।କଂଗ୍ରେସର ବରିଷ୍ଠ ନେତା ହମିଦ ହୁସେନଙ୍କ କହିବାନୁଯାୟୀ, ‘ଆସନ୍ତା ୭ତାରିଖ ସଂଧ୍ୟାରେ ଇଓଉଉର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରସୁଗୁଡା ପହଞ୍ଚିବେ ଏବଂ ଝାରସୁଗୁଡାରେ ରାତ୍ରୀ ରହଣି ପରେ ଝାରସୁଗୁଡା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଛତିଶଗଡ଼ ସୀମାନ୍ତ କନକତୁରାରେ ପହଞ୍ଚିବେ ଏବଂ ସେଠାରୁ ସେ ଛତିଶଗଡ଼ ଯିବେ ।’

ଫେବୃଆରୀ ୭ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ