ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ଧର ଉଦ୍ୟମ ଜାରି ରଖୁଛନ୍ତି କେନ୍ଦ୍ର ସରକାର
ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ଧର ଉଦ୍ୟମ ଜାରି ରଖୁଛନ୍ତି କେନ୍ଦ୍ର ସରକାର
ପ୍ରମୁଖ ବିନ୍ଦୁ
୨୩ ମାର୍ଚ୍ଚ ୨୦୨୬ ପରଠାରୁ ୧୪.୩ ଲକ୍ଷରୁ ଅଧିକ - ୫ କିଲୋଗ୍ରାମ ବିଶିଷ୍ଟ ଏଫ୍ ଟିଏଲ୍ ସିଲିଣ୍ଡର ବିକ୍ରି ହୋଇଛି
ମାର୍ଚ୍ଚ ୨୦୨୬ ପରଠାରୁ ପ୍ରାୟ ୪.୪୦ ଲକ୍ଷ ପିଏନ୍ ଜି ସଂଯୋଗକୁ ଗ୍ୟାସ ପ୍ରଦାନ ହୋଇଛି; ନୂତନ ସଂଯୋଗ ପାଇଁ ଅତିରିକ୍ତ ୪,୮୮ ଲକ୍ଷ ଗ୍ରାହକ ପଞ୍ଜିକୃତ ହୋଇଛନ୍ତି
ପେଟ୍ରୋଲ, ଡିଜେଲ ଏବଂ ଏଲ୍ ପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ନଜର ରଖୁବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପ୍ରାଥମିକ ଭୂମିକା ଗ୍ରହଣ କରିବେ
ଭାରତ ସାରା ବନ୍ଦର କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଛି ଏବଂ କୌଣସି ପ୍ରକାର ଭିଡ଼ ହୋଇଥିବା ରିପୋର୍ଟ ହୋଇନାହିଁ
ବୈଦେଶିକ ବ୍ୟାପାର ମନ୍ତ୍ରୀ କୁଏତ, ଇସ୍ରାଏଲ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆର ପ୍ରତିପକ୍ଷଙ୍କ ସହ ପଶ୍ଚିମ ଏସିଆର ସ୍ଥିତି ବିଷୟରେ
ଆଲୋଚନା କରିଛନ୍ତି
ଭାରତୀୟ ମିଶନ ଏବଂ ପୋଷ୍ଟଗୁଡ଼ିକ ଭାରତୀୟ ନାଗରିକମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ଏବଂ ସକ୍ରିୟ ସହାୟତା ଜାରି
ରଖୁଛନ୍ତି
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଭାରତ ସରକାର ପ୍ରମୁଖ ଯୋଗାଣ ଶୃଙ୍ଖଳକୁ ନିରବଚ୍ଛିନ୍ନ ରଖୁବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଶେଷ କରି ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଏବଂ ପ୍ରଭାବିତ ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ନିୟମିତ ଭାବେ ଦେଶବାସୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରୁଛନ୍ତି।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ବିବରଣୀ ଏବେ ଦେଶକୁ ଶକ୍ତି ଯୋଗାଣ ନିରନ୍ଧର ଜାରି ରହିଛି। ବର୍ତ୍ତମାନର ଜାଳେଣି ଯୋଗାଣ ସ୍ଥିତି ବିଷୟରେ ସୂଚନା ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, 'ହରମୁଜ' ପ୍ରଣାଳୀକୁ ପ୍ରଭାବିତ କରୁଥିବା ଘଟଣାବଳୀ ମଧ୍ଯରେ ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲ୍ ର୍ପିଜିର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ନାଗରିକମାନଙ୍କୁ ଆତଙ୍କିତ ହୋଇ ପେଟ୍ରୋଲ, ଡିଜେଲ ଏବଂ ଏଲ୍ ପିଜି କିଣିବାରୁ ବାରଣ କରାଯାଇଛି। ଗୁଜବରୁ ସାବଧାନ ରହିବା ସହ ସଠିକ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି। ଏଲ୍ ପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ପାଖକୁ ଯିବାକୁ ବାରଣ କରିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ପିଏନ୍ ଜି ଏବଂ ଇଲେକ୍ଟିକ୍ ବା ଇନଡକ୍ସନ କୁକଟପ୍ ଭଳି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନର ପରିସ୍ଥିତିରେ ସମସ୍ତ ନାଗରିକଙ୍କୁ ଦୈନନ୍ଦିନ ବ୍ୟବହାର ସମୟରେ ଶକ୍ତି ସଂରକ୍ଷଣ କରିବାକୁ ଅନୁରୋଧ କରାଯାଇଛି।
ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତି ସତ୍ତ୍ବେ, ସରକାର ଘରୋଇ ଏଲ୍ ପିଜି, ଘରୋଇ ପିଏନ୍ ଜି ଏବଂ ସିଏନ୍ ଜି ପରିବହନ ପାଇଁ ୧୦୦% ଯୋଗାଣ ସୁନିଶ୍ଚିତ କରିଛନ୍ତି। ବାଣିଜ୍ୟିକ ଏଲ୍ ପିଜି ପାଇଁ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଇସ୍ପାତ, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହା ସହିତ, ୨ ଏବଂ ୩ ମାର୍ଚ୍ଚ ୨୦୨୬ ର ହାରାହାରି ଦୈନିକ ଯୋଗାଣ ଆଧାରରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୫ କିଲୋଗ୍ରାମ ଏଫ୍ ଟିଏଲ୍ ର ଯୋଗାଣକୁ ଦ୍ବିଗୁଣିତ କରାଯାଇଛି।
ସରକାର ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ ଅନେକ ଯୁକ୍ତିଯୁକ୍ତ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି, ଯେଉଁଥୁରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନକୁ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଯୋଗାଣ ପାଇଁ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଅନୁର୍ଭୁକ୍ତ। ଏଲ୍ ପିଜି ଚାହିଦା ଉପରେ ଚାପ କମାଇବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି। କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିୟରିଜକୁ କ୍ଷୁଦ୍ର ଏବଂ ମଧ୍ୟମ ଗ୍ରାହକଙ୍କୁ ବିତରଣ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି। ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ନୂତନ ପିଏନ୍ ଜି ସଂଯୋଗକୁ ସୁଗମ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ- ୧୯୫୫ ଏବଂ ଏଲ୍ ପିଜି ନିୟନ୍ତ୍ରଣ ଆଦେଶ- ୨୦୦୦ ଅନୁଯାୟୀ ରାଜ୍ୟ ସରକାରମାନଙ୍କୁ ଯୋଗାଣ
ଉପରେ ନଜର ରଖିବା ଏବଂ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ପେଟ୍ରୋଲ, ଡିଜେଲ ଏବଂ ଏଲ୍ ପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ନିରୀକ୍ଷଣ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ପ୍ରାଥମିକ ଭୂମିକା ଗ୍ରହଣ କରିବାକୁ ହେବ। ଭାରତ ସରକାର ଏକାଧିକ ଚିଠି ଏବଂ ଭିଡିଓ କନଫରେନିଂ ମାଧ୍ଯମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ଏହା ଦୋହରାଇଛନ୍ତି।
ପର୍ଯ୍ୟାପ୍ତ ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକମାନଙ୍କୁ ଆଶ୍ବାସନା ଦେବା ପାଇଁ ଭାରତ ସରକାର ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୨ ତାରିଖର ଚିଠି ଜରିଆରେ ସକ୍ରିୟ ଜନସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ସଚିବ, ଏମ୍ ଓପିଏନ୍ ଜି ଙ୍କ ଅଧ୍ଯକ୍ଷତାରେ ଏପ୍ରିଲ ୨ ତାରିଖରେ ଏବଂ ସଚିବ, ଏମଓପିଏନ୍ ଜି ସହିତ ଏପ୍ରିଲ ୬ ତାରିଖରେ ସୂଚନା ଏବଂ ପ୍ରସାରଣ ଏବଂ ଗ୍ରାହକ ବ୍ୟାପାର ସଚିବଙ୍କ ଅଧ୍ଯକ୍ଷତାରେରେ ବୈଠକ ଡକାଯାଇଥିଲା, ଯେଉଁଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଭିତରେ ରହିଛି, ଦୈନିକ ପ୍ରେସ ବ୍ରିଫି ଏବଂ ନିୟମିତ ସର୍ବସାଧାରଣ ପରାମର୍ଶ ଜାରି କରିବା ସସ ସୋସିଆଲ ମିଡିଆରେ ମିଥ୍ୟା ଖବର ବା ଭ୍ରମାତ୍ମକ ସୂଚନାର ସକ୍ରିୟ ନିରୀକ୍ଷଣ ଏବଂ ପ୍ରତିହତ କରିବା। ସେହିପରି ଜିଲ୍ଲା ପ୍ରଶାସନ ଦ୍ବାରା ଦୈନିକ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରିବା ଏବଂ ତୈଳ ବିପଣନ କମ୍ପାନୀଗୁଡିକ ସହିତ ସମନ୍ବୟ ରକ୍ଷା କରି ଚଢ଼ାଉ ଏବଂ ଯାଞ୍ଚ ଜାରି ରଖୁବା ପାଇଁ ମଧ୍ଯ ଗୁରୁତ୍ବ ଦିଆଯାଇଛି।
ନିଜ ନିଜ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବାଣିଜ୍ୟିକ ଏଲ୍ ପିଜି ଆବଣ୍ଡନ ଆଦେଶ ଜାରି କରିବା, ଆବଣ୍ଟିତ ଅତିରିକୁ କିରୋସିନ ପାଇଁ ଆବଣ୍ଟନ ଆଦେଶ ଜାରି କରିବା, ପିଏନ୍ ଜି ଆପଣାଇବା ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା, ଏବଂ ବିଶେଷ କରି ଘରୋଇ ଆବଶ୍ୟକର୍ତା ପାଇଁ ଏଲ୍ ପିଜି ଯୋଗାଣକୁ ପ୍ରାଥମିକତା ଦେବା ଏବଂ ଯୋଗାଣ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ୫ କିଲୋଗ୍ରାମ ଏଫ୍ ଟିଏଲ୍ ସିଲିଣ୍ଡରର ଲକ୍ଷ୍ୟଧାର୍ଯ୍ୟ ବିତରଣ ଗ୍ରହଣ କରିବା ବିଷୟରେ ଏହି ବୈଠକଗୁଡ଼ିକରେ ଗୁରୁତ୍ୱାରୋପ କରାଯାଇଛି।
ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୪ ମାର୍ଚ୍ଚ ୨୦୨୬ ପରଠାରୁ ସମୁଦାୟ ୧,୩୧,୬୪୫ ମେଟ୍ରିକ ଟନ ବାଣିଜ୍ୟିକ ଏଲ୍ ପିଜି ବିକ୍ରି ହୋଇଛି। ୧୩ ଏପ୍ରିଲରେ, ୮୬୬୧ ମେଟ୍ରିକ ଟନ ବାଣିଜ୍ୟିକ ଏଲ୍ ପିଜି ବିକ୍ରି ହୋଇଥିଲା ।
ମନ୍ତ୍ରଣାଳୟ ପକ୍ଷରୁ ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନ୍ ଜି ସମ୍ପ୍ରସାରଣ ପଦକ୍ଷେପରେ ଡି-ପିଏନ୍ ଜି ଏବଂ ସିଏନ୍ ଜି (ପରିବହନ) କୁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇଥିବା ସୂଚନା ଦିଆଯାଇଛି। ଉପଲବ୍ଧ ଷ୍ଟକ୍ ଏବଂ ନିର୍ଦ୍ଧାରିତ ଏଲ୍ ଏନ୍ ଜି କାର୍ଗୋ ଆଗମନ ଆଧାରରେ, ସାର କାରଖାନାଗୁଡ଼ିକୁ ସାମଗ୍ରିକ ଗ୍ୟାସ ଆବଣ୍ଟନକୁ ୫% ବୃଦ୍ଧି କରାଯାଇଛି, ଯାହା ସେମାନଙ୍କର ୬ ମାସର ହାରାହାରି ବ୍ୟବହାରର ପ୍ରାୟ ୯୫% ରେ ପହଞ୍ଚିଛି, ଯାହା ୦୯.୦୪ ୨୦୨୬ ରୁ କାର୍ଯ୍ୟକାରୀ ହୋଇଛି।
ବାଣିଜ୍ୟିକ ଏଲ୍ ପିଜି ର ଉପଲବ୍ଧତା ସମ୍ପର୍କିତ ଚିନ୍ତା ଦୂର କରିବା ପାଇଁ ହୋଟେଲ, ରେଷ୍ଟୁରାଣ୍ଡ ଏବଂ କ୍ୟାଶ୍ଵିନ ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ପିଏନ୍ ଜି ସଂଯୋଗକୁ ପ୍ରାଥମିକତା ଦେବାକୁ ସିଜିତି ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସରକାରୀ ଗ୍ୟାସ ଯୋଗାଣକାରୀ କମ୍ପାନୀମାନେ କମ୍ପାନୀଗୁଡିକ ଘରୋଇ ଏବଂ ବାଣିଜ୍ୟିକ ପିଏନ୍ ଜି ସଂଯୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ସିଜିତି ନେଟୱାର୍କ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅନୁମୋଦନଗୁଡ଼ିକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।
ଭାରତ ସରକାର ମାର୍ଚ୍ଚ ୧୮ରେ ଚିଠି ଜରିଆରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୧୦% ବାଣିଜ୍ୟିକ ଏଲ୍ ପିଜି ଆବଣ୍ଡନ ପ୍ରଦାନ କରିଛନ୍ତି, ଯଦି ସେମାନେ ଏଲ୍ ପିଜି ରୁ ପିଏନ୍ ଜି କୁ ଦୀର୍ଘକାଳୀନ ପରିବର୍ତ୍ତନରେ ସାହାଯ୍ୟ କରିପାରିବେ। ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୂର୍ବରୁ ପିଏନ୍ ଜି ସମ୍ପ୍ରସାରଣ ସଂସ୍କାର ସହିତ ଜଡ଼ିତ ଅତିରିକୁ ବାଣିଜ୍ୟିକ ଏଲ୍ ପିଜି ଆବଣ୍ଡନ ପାଉଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପ୍ରାଥମିକତା ଭିତ୍ତରେ ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ପାଇଁ ୩ ମାସ ପାଇଁ ସିଜିଡି ଭିତ୍ତିଭୂମି ନିମନ୍ତେ ଏକ 'ତ୍ବରାନ୍ବିତ ଅନୁମୋଦନ ଢାଞ୍ଚା' ଗ୍ରହଣ କରିଛି।
ଭାରତ ସରକାର ମାର୍ଚ୍ଚ ୨୬ ତାରିଖର ଗେଜେଟ୍ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବିତରଣ (ପାଇପଲାଇନ ଏବଂ ଅନ୍ୟାନ୍ୟ ସୁବିଧା ବିଛାଇବା, ନିର୍ମାଣ, ପରିଚାଳନା ଏବଂ ସମ୍ପ୍ରସାରଣ ମାଧ୍ଯମରେ) ଆଦେଶ, ୨୦୨୬ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଦେଶ ସାରା ଦେଶରେ ପାଇପଲାଇନ ବିଛାଇବା ଏବଂ ସମ୍ପ୍ରସାରଣ ପାଇଁ ଏକ ସରଳୀକୃର୍ତ ଏବଂ ସମୟବଦ୍ଧ ଢାଞ୍ଚା ପ୍ରଦାନ କରେ, ଯାହା ଅନୁମୋଦନ ଏବଂ ଜମି ପାଇବାରେ ବିଳମ୍ବକୁ ଦୂର କରେ।
ଭାରତ ସରକାର ଏକ ମଡେଲ ଡ୍ରାଫ୍ଟ ରାଜ୍ୟ ସିବିଜି ନୀତି ପ୍ରସ୍ତୁତ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଚୟନ କରିବେ, ସେମାନଙ୍କୁ ବାଣିଜ୍ୟିକ ଏଲ୍ ପିଜି ର ପରବର୍ତ୍ତୀ ଅତିରିକୁ ଆବଣ୍ଟନ ପାଇଁ ପ୍ରାଥମିକତା ଦିଆଯିବ।
ମାର୍ଚ୍ଚ ୨୦୨୬ ପରଠାରୁ ପ୍ରାୟ ୪,୪୦ ଲକ୍ଷ ପିଏନ୍ ଜି ସଂଯୋଗ ଗ୍ୟାସୀକରଣ ହୋଇଛି ଏବଂ ପ୍ରାୟ ୪,୮୮ ଲକ୍ଷ ଅତିରିକୁ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜିକୃତ କରିଛନ୍ତି। ୧୩,୦୪,୨୦୨୬ ସୁଦ୍ଧା, ୩୩,୦୦୦ ରୁ ଅଧିକ ପିଏନ୍ ଜି ଗ୍ରାହକ ସେମାନଙ୍କର ଏଲ୍ ପିଜି ସଂଯୋଗ ଫେରସ୍ତ କରିଛନ୍ତି।
ଅଶୋଧୂତ ତୈଳ ସ୍ଥିତି ଏବଂ ରିଫାଇନାରୀ ପରିଚାଳନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦେଶର ସମସ୍ତ ରିଫାଇନାରୀ ପର୍ଯ୍ୟାପ୍ତ ଅଶୋଧୂତ ତୈଳ ଷ୍ଟକ୍ ସହିତ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛି, ସେହିପରି ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ବଜାୟ ରଖାଯାଇଛି। ଘରୋଇ ବ୍ୟବହାରକୁ ସହାୟତା କରିବା ପାଇଁ ରିଫାଇନାରୀରୁ ଘରୋଇ ଏଲ୍ ପିଜି ଉତ୍ପାଦନ ବୃଦ୍ଧି କରାଯାଇଛି। ଭାରତ ସରକାର ୦୧.୦୪, ୨୦୨୬ ତାରିଖର ଆଦେଶ ଜରିଆରେ ଭାରତର ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ସମେତ ରିଫାଇନିଂ କମ୍ପାନୀଗୁଡ଼ିକୁ ଫାର୍ମାସ୍ୟୁଟିକାଲ୍ସ ବିଭାଗ, ଖାଦ୍ୟ ଏବଂ ସାଧାରଣ ବିତରଣ ବିଭାଗ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ କିଛି ସର୍ବନିମ୍ନ ପରିମାଣର ସି୩ ଏବଂ ସି୪ ଷ୍ଟ୍ରିମ୍ ଉପଲବ୍ଧ କରାଇବାକୁ ଅନୁମତି ଦେଇଛନ୍ତି।
ଖୁଚୁରା ଜାଳେଣି ଉପଲବ୍ଧତା ଏବଂ ମୂଲ୍ୟ ନିର୍ଦ୍ଧାରଣ ପଦକ୍ଷେପରେ ସାରା ଦେଶରେ ଖୁଚୁରା ଆଉଟଲେଟ୍ ଗୁଡ଼ିକ ଯାଞ୍ଚ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଗୁଡ଼ିକ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି। ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧୂତ ତୈଳ ଦରରେ ଅସ୍ବାଭାବିକ ବୃଦ୍ଧି ଘଟିଛି; ତଥାପି, ଗ୍ରାହକଙ୍କ ସୁରକ୍ଷା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ତ୍ରୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି। ଘରୋଇ ବଜାରରେ ଏହି ଉତ୍ପାଦଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ୧୧.୦୪.୨୦୨୬ ତାରିଖର ଗେଜେଟ୍ ବିଜ୍ଞପ୍ତି ଜରିଆରେ ଡିଜେଲ ଉପରେ ରପ୍ତାନି ଶୁକ୍ଳ ଲିଟର ପିଛା ୫୫,୫୦ ଟଙ୍କା ଏବଂ ଉପରେବିନ ଜାଳେଣୀ ୪୨
ଟଙ୍କାକୁ ବୃଦ୍ଧି କରିଛନ୍ତି। କିନ୍ତୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ରହିଛି।
କିରୋସିନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନିୟମିତ ଆବଣ୍ଟନ ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ୪୮,୦୦୦ କିଲୋଲିଟିର କିରୋସିନ ଅତିରିକୁ ଆବଣ୍ଟନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି। ୧୮ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ କିରୋସିନ ଆବଣ୍ଟନ ଆଦେଶ ଜାରି କରିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ଲଦାଖର ସରକାର ସେଠାରେ କିରୋସିନର କୌଣସି ଆବଶ୍ୟକତା ନଥୁବା ସୂଚନା ଦେଇଥିବା ମନ୍ତ୍ରଣାଳୟ କହିଛି।
ସାମୁଦ୍ରିକ ସୁରକ୍ଷା ଏବଂ ପରିବହନ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ବାରା ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଭାରତୀୟ ଜାହାଜ ଏବଂ ନାବିକମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ସହିତ ଜଡ଼ିତ କୌଣସି ଅଘଟଣ ରିପୋର୍ଟ ହୋଇନାହିଁ। ଡିଜି ସିପିଂ କଣ୍ଟ୍ରୋଲ ରୁମ ସକ୍ରିୟ ହେବା ପରଠାରୁ ୬,୨୯୨ ଟି କଲ୍ ଏବଂ ୧୩,୨୨୮ ରୁ ଅଧୂକ ଇମେଲ୍ ପରିଚାଳନା କରିଛି। ଡିଜି ସିପିଂ ବର୍ତ୍ତମାନ ସୁଦ୍ଧା ୨,୨୬୨ ରୁ ଅଧୂକ ଭାରତୀୟ ନାବିକଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନରେ ସାହାଯ୍ୟ କରିଛି। ଭାରତ ସାରା ବନ୍ଦର କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଛି।
ପ୍ରଭାବିତ ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ସରକାର ତତ୍ପର ରହିଛନ୍ତି। ସାରା ଅଞ୍ଚଳରେ ଭାରତୀୟ ମିଶନ ଏବଂ ପ୍ରୋଷ୍ଟଗୁଡ଼ିକ ଭାରତୀୟ ସମ୍ପ୍ରଦାୟ ସହିତ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ କୁଏତର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସେ ଆଞ୍ଚଳିକ ସ୍ଥିତି ଏବଂ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ବିଷୟରେ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ପଶ୍ଚିମ ଏସିଆର ସଂଘର୍ଷର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଏହା ସହିତ ସେ ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ପଶ୍ଚିମ ଏସିଆର ସଂଘର୍ଷ ଉପରେ ମତ ବିନିମୟ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଆଦାନ ପ୍ରଦାନ ଏବଂ ସମନ୍ବୟ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ଅଛି। ୨୮ ଫେବୃଆରୀ ପରଠାରୁ ଏହି ଅଞ୍ଚଳରୁ ପ୍ରାୟ ୯,୫୫,୦୦୦ ଯାତ୍ରୀ ଭାରତକୁ ଯାତ୍ରା କରିଛନ୍ତି।
ସଂଯୁକ୍ତ ଆରବ ଏମିରେଟ୍ସ, ସୌଦି ଆରବ, ଓମାନ ଏବଂ କତାରରୁ ଭାରତକୁ ବିମାନ ଚଳାଚଳ ଜାରି ରହିଛି। କୁଏତ ଆକାଶମାର୍ଗ ବନ୍ଦ ରହିଛି । କୁଏତରୁ ଭାରତୀୟ ନାଗରିକଙ୍କ ଯାତ୍ରା ସାଉଦି ଆରବ ମାଧ୍ୟମରେ ସୁଗମ କରାଯାଉଛି। ତେହେରାନସ୍ଥିତ ଦୂତାବାସ ବର୍ତ୍ତମାନ ସୁଦ୍ଧା ୨,୩୧୩ ଭାରତୀୟ ନାଗରିକଙ୍କୁ ଇରାନରୁ ଆର୍ମେନିଆ ଏବଂ ଆଜରବାଇଜାନ ଦେଇ ଭାରତକୁ ଯିବାରେ ସାହାଯ୍ୟ କରିଛି। ଏଥିରେ ୧୦୨୮ ଜଣ ଭାରତୀୟ ଛାତ୍ର ଏବଂ ୬୫୭ ଜଣ ଭାରତୀୟ ମତ୍ସ୍ୟଜୀବୀ ଅନ୍ତର୍ଭୁକ୍ତ। ଇସ୍ରାଏଲ ଆକାଶମାର୍ଗ ଆଂଶିକ ଖୋଲା ଅଛି। ଭାରତୀୟ ନାଗରିକଙ୍କ ଯାତ୍ରା ଇସ୍ରାଏଲରୁ ଜର୍ଡାନ ଏବଂ ଇଜିପ୍ଟ ମାଧ୍ୟମରେ ସୁଗମ କରାଯାଉଛି। ଇରାକ ଆକାଶମାର୍ଗ ଖୋଲା ଅଛି ଏବଂ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।