ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କୁ କଲବଳ କଲାଣି ତାତି

ଭୁବନେଶ୍ୱର : ଗତ ତିନି ଦିନ ଧରି ରାଜ୍ୟରେ ଶୁଖିଲା ପାଗ ସହ ଲାଗିରହିଛି ତାତି । ବର୍ଷ ଆରମ୍ଭରୁ ହିଁ ଏଭଳି ପରିସ୍ଥିତି ଦେଖା ଗଲେ ଆସନ୍ତା ସମୟରେ ଏହା କେତେ ଭୟଙ୍କର ରୂପ ନେବା ତାହା ଅନୁମାନ କରାଯାଇ ପାରୁଛି । ଏହାସହ ପାଣିବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ଅଧିକ ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, କାନ୍ଦାଲ, ରାୟାଗଡା, ଏବଂ କୋରାପୁଟ ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ । ଏହାସହ ସର୍ବନିମ୍ନ ତାପମାତ୍ରା ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲା ଉପରେ, ଉତ୍ତର ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଯଥେଷ୍ଟ ବୃଦ୍ଧି ଘଟିଛି ଏବଂ ଓଡିଶାର ଅନ୍ୟ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ।

ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କୁ କଲବଳ କଲାଣି ତାତି