ବାଘ ଛାଲ ଜବତ : ଦୁଇ ମାଫିଆ ଗିରଫ

କଟକ: କଟକ ସହରରେ କଲରାପତରିଆ ବାଘଛାଲ ରାକେଟ୍ ଠାବ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କଟକ ସହରରେ ଏଭଳି କାରବାର ପ୍ରଥମଥର ହୋଇଥିବା କୁହାଯାଉଛି। ଦୁଇ ବାଘଛାଲ ମାଫିଆଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାହାଙ୍ଗା ଥାନା କୁହୁଣ୍ଡା ଗାଁର କୁଆଁପାଳର ପ୍ରମୋଦ ଜେନା(୩୧) ଏବଂ କେନ୍ଦ୍ରାପଡ଼ାର ରବିନାରାୟଣ ବାରିକ(୩୨)। ତେବେ ଏହି ବାଘ ଛାଲ କେଉଁ ଜିଲ୍ଲାରୁ ଆସୁଥିଲା ଏବଂ କାହାକୁ ବିକ୍ରି ହୋଇଥାନ୍ତା, ସେ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଚିତ୍ର ସାମନାକୁ ଆସିପାରି ନାହିଁ।

ବାଘ ଛାଲ ଜବତ : ଦୁଇ ମାଫିଆ ଗିରଫ