ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ସମଲେଶ୍ୱରୀ ପୀଠ। ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। କିପରି ଭକ୍ତମାନେ ମା’ ସମଲେଇଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେଥିପାଇଁ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପ ନିର୍ମାଣ କରିବାର ମୁଖ୍ୟ ଲକ୍ଷ ହେଉଛି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧା ଉପରେ ଗୁରୁତ୍ୱ ଦେବା। ତେବେ ଏଥିପାଇଁ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖାଦେବ ତେଣୁ ଭିଡକୁ ଦୃ୍ଷ୍ଟିରେ ରଖି ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆସନ୍ତାକାଲି ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ସନ୍ଧ୍ୟାରେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ତେବେ ପ୍ରକଳ୍ପର ଲୋକାର୍ପଣ ପାଇଁ ସମ୍ବଲପୁର ବାସି ଖୁବ ଖୁସି ଥିବା ସଂଗେ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି।

ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ