ବାପାଙ୍କୁ ମାନେ ପକାଇ କାନ୍ଦି ପକାଇଲେ ଅଭିନେତା ରିତେଶ ଦେଶମୁଖ

ମୁମ୍ବାଇ : ରବିବାର ଦିନ ମହାରାଷ୍ଟ୍ରର ଲାଟୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରିତେଶ ଦେଶମୁଖ । ସେଠାରେ ତାଙ୍କ ପିତା ତଥା ବିଶିଷ୍ଟ କଂଗ୍ରେସ ନେତା ବିଲାଶରାଓଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା। ତେବେ ସେହି କାର୍ଯ୍ୟକ୍ରମରେ ସେ କାନ୍ଦୁଥିବାର ଦେଖାଯାଇଛି। ସୋସିଆଲ ମିଡିଆରେ ଅଭିନେତାଙ୍କ ଭାଷଣର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଠାରେ ସେ କାନ୍ଦିବା ସହ ଆଖିରୁ ଲୁହ ପୋଛୁଛନ୍ତି।ରିତେଶ ଭାଷଣ ଦେବା ବେଳେ, ‘‘ମୋ ବାପାଙ୍କ ଦେହାନ୍ତ ହେବାର ୧୨ ବର୍ଷ ବିତିଗଲାଣି’’ ବୋଲି କହିବା ସମୟରେ ତାଙ୍କ କଣ୍ଠ ମୋଟା ଶୁଭାଯାଉଛି। ସେଠାରେ ସଙ୍ଗେ ସଙ୍ଗେ ତାଙ୍କ ବଡ଼ ଭାଇ ଏବଂ ଲାଟୁରର କଂଗ୍ରେସ ବିଧାୟକ ଅମିତ ଦେଶମୁଖ ରିତେଶଙ୍କ ପିଠିରେ ହାତ ଥାପୁଡ଼େଇ ଦେଉଥିବାର ଦୃଶ୍ୟମାନ ହୋଇଛ। “ସାହେବ ଭିଲାଶରାଓ ଦେଶମୁଖ ଆମକୁ ଛାଡିବାର କଠିନ ବାର ବର୍ଷ ବିତି ଗଲାଣି। ବେଳେବେଳେ ଯନ୍ତ୍ରଣା ଉପୁଜିଥାଏ। ସେ ସବୁବେଳେ ସମସ୍ତଙ୍କୁ ଆଲୋକ ବିତରଣ କରୁଥିଲେ ଏବଂ ବର୍ତ୍ତମାନ ମଧ୍ୟ କରନ୍ତି। ଏହି ଜ୍ୟୋତି କଦାପି ମଳିନ ହୁଏନି। ସେ ସର୍ବଦା ଦୃଢ଼ ରହନ୍ତି। ସେଥିପାଇଁ ଆମେ ତାଙ୍କ ପିଲାମାନେ ମଧ୍ୟ ଠିକ୍‌ ଭାବେ ଛିଡ଼ା ହୋଇପାରୁଛୁ। ତାଙ୍କ ପିଲା ହିସାବରେ ଆମ ଉପରେ ଦାୟିତ୍ବ ଭାର କିନ୍ତୁ ଖୁବ୍ ଅଧିକ ରହିଛି।’’ ବୋଲି ରିତେଶ ତାଙ୍କ ଭାଷଣରେ କହିଛନ୍ତି। ତାଙ୍କ ଭାଇ ଅମିତଙ୍କ ବିଷୟରେ ରୀତିଶ କହିଛନ୍ତି ଯେ ଲାଟୁର ଏବଂ ମହାରାଷ୍ଟ୍ରର ଲୋକମାନେ ତାଙ୍କୁ ନେଇ ଖୁବ୍ ଆଶାବାଦୀ।

Feb 19, 2024 - 17:31
 3
ବାପାଙ୍କୁ ମାନେ ପକାଇ କାନ୍ଦି ପକାଇଲେ ଅଭିନେତା ରିତେଶ ଦେଶମୁଖ