ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ସାମ୍ବାଦିକ ସମିଳନୀରେ ଡକ୍ଟର ଅମର ପଟ୍ଟନାୟକଙ୍କ ଯୁକ୍ତିକୁ ଖଣ୍ଡନ...
MMDR ସଂଶୋଧନ ଆଇନ ସପକ୍ଷରେ ଡକ୍ଟର ପଟ୍ଟନାୟକ ଦେଇଥିବା ମତକୁ ଡକ୍ଟର ମହାନ୍ତି "ଭିତ୍ତିହୀନ ଓ ଓଡ଼ିଶା-ବିରୋଧୀ" ବୋଲି କହି ଅସ୍ୱୀକାର କରିଛନ୍ତି।
ସେ ମାନ୍ୟବର ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ଖଣ୍ଡପୀଠ (Constitutional Bench) ସମ୍ମୁଖରେ ଓଡ଼ିଶା ଆଡଭୋକେଟ୍ ଜେନେରାଲ୍ (AG) ରଖିଥିବା ଯୁକ୍ତିକୁ ଉପସ୍ଥାପନ କରିଥିଲେ।
ଡକ୍ଟର ମହାନ୍ତି କହିଥିଲେ ଯେ ଡକ୍ଟର ଅମର ପଟ୍ଟନାୟକଙ୍କର ଦଳ ବଦଳାଇବାର ଅଭ୍ୟାସ ରହିଛି ଏବଂ କିଛି ଲାଭ ପାଇବା ଆଶାରେ ସେ ଏହି 'କଳା ଆଇନ' ବା MMDR ସଂଶୋଧନ ଆଇନର ଓକିଲାତି କରୁଛନ୍ତି।
ପକ୍ଷପାତିତା ସମ୍ପର୍କିତ ନିଜ ଯୁକ୍ତିର ପ୍ରମାଣ ଦେବାକୁ ସେ ଡକ୍ଟର ପଟ୍ଟନାୟକଙ୍କୁ ଆହ୍ୱାନ ଜଣାଇଥିଲେ।