ବିଳମ୍ବିତ ରାତିରେ ଏସ୍‌ସିବି SCB ମେଡିକାଲରେ ଅଗ୍ନିକାଣ୍ଡ...

Mar 16, 2026 - 08:16
 17
ବିଳମ୍ବିତ ରାତିରେ ଏସ୍‌ସିବି SCB ମେଡିକାଲରେ ଅଗ୍ନିକାଣ୍ଡ...

ବିଳମ୍ବିତ ରାତିରେ ଏସ୍‌ସିବି SCB ମେଡିକାଲରେ ଅଗ୍ନିକାଣ୍ଡ...

SCB ର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା l ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । 

ଅଗ୍ନିଶମ ବାହିନୀର ଟିମ୍‌ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ l 

ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ଭୟାବହ ଅଗ୍ନିକାଣ୍ଡ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ । 

ସେତବେଳେକୁ ହୋଇସାରିଥିଲା ବହୁ ବିଳମ୍ବ । ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି ।

ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଯାଇଛି ।

ଏପରି କି କ୍ୟାପିଟାଲ ହସ୍ପିଟାଲ ଇତ୍ୟାଦିକୁ କରାଯାଇଛି ସ୍ଥାନାନ୍ତର । 

ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । 

ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି