ଭାରତରେ ପ୍ରବେଶ କରିବ ୬୨ ଟି ନୂଆ ଜାହାଜ...

May 1, 2026 - 12:52
 33
ଭାରତରେ ପ୍ରବେଶ କରିବ ୬୨ ଟି ନୂଆ ଜାହାଜ...

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତ ୬୨ଟି ନୂଆ ଜାହାଜ ସାମିଲ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରୁଛି। 

ଏଥିପାଇଁ ୫୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରାଯିବ।

ନୂଆଦିଲ୍ଲୀରେ ହୋରମୁଜ୍ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସୋନୱାଲ ଏହି ସୂଚନା ଦେଇଛନ୍ତି।

ବାହ୍ୟ ବିପଦ ଏବଂ ବାଧାବିଘ୍ନର ସାମ୍ନା କରିବା ପାଇଁ ଦେଶର ଜାହାଜ ଚଳାଚଳ କ୍ଷମତାକୁ ତୁରନ୍ତ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। 

ଏହା ସହିତ ସେ ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (SCI) ଏବଂ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (oil PSUs) ଗୁଡ଼ିକ ମିଳିତ ଭାବେ ୫୯ଟି ଜାହାଜ କିଣିବା ପ୍ରସଙ୍ଗର ମଧ୍ୟ ସମୀକ୍ଷା କରିଥିଲେ।

ଭାରତୀୟ ନାବିକମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଶ୍ରୀ ସୋନୱାଲ ପୁଣିଥରେ ଦୋହରାଇଥିଲେ।