ଭୁବନେଶ୍ବରରେ ଜାତୀୟ ହସ୍ତତନୁ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

Nov 2, 2025 - 12:39
 5
ଭୁବନେଶ୍ବରରେ ଜାତୀୟ ହସ୍ତତନୁ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଉଦଯାପିତ

ଜୀବିକାକୁ ସୁଦୃଢ଼ କରିବା ଏବଂ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଡିଜାଇନ୍ ନବସୃଜନ, ଡିଜିଟାଲ୍ ସଶକ୍ତିକରଣ ଓ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ବିଚାର-ବିମର୍ଶ

ଜାତୀୟ ହସ୍ତତନୁ ଏବଂ ହସ୍ତଶିଳ୍ପ ସମ୍ମିଳନୀ 2025 ଆଜି ଭୁବନେଶ୍ବରରେ ଉଦଯାପିତ ହୋଇଯାଇଛି । ଭାରତର ହସ୍ତଶିଳ୍ପ କ୍ଷେତ୍ରକୁ ବିକଶିତ ଭାରତ 2047ର ଏକ ଗୁରୁତ୍ବପୂର୍ଣ୍ନ ସୁମ୍ଭଭାବରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଛି । ବୟନ ମନ୍ତ୍ରଣାଳୟର ଉନ୍ନୟନ କମିଶନର (ହସ୍ତତନ୍ତି) ଏବଂ ଉନ୍ନୟନ କମି ନମିଶନର (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଦ୍ବାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ବରିଷ୍ଠ ଅଧୂକାରୀ, ନୀତି ନିର୍ଦ୍ଧାରକ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ସେମାନେ ଭାରତର ହସ୍ତଶିଳ୍ପ ଏବଂ ଏହି ଶିଳ୍ପର ଅଭିବୃଦ୍ଧି ପାଇଁ ଏକୀକୃତ ଦୃଷ୍ଟିକୋଣ ପ୍ରସ୍ତୁତ କରିବା ନେଇ ଆଲୋଚନା କରିଛନ୍ତି ।

ଆଲୋଚନା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ଉପରେ କେନ୍ଦ୍ରିତ ଥୂଲା: ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ବର୍ତ୍ତମାନର ଦୃଶ୍ୟପଟ ମୂଲ୍ୟାଙ୍କନ ସହିତ ରାଜ୍ୟଗୁଡ଼ିକ ବ୍ୟାପକ ଅଂଶଗ୍ରହଣ, ସମନ୍ବିତ ପ୍ରଶାସନ ଓ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ବିକାଶ ପାଇଁ ଲକ୍ଷ୍ୟ ରଖ୍ ଆଗାମୀ ଜାତୀୟ ଯୋଜନାର ଢାଞ୍ଚା ଗଠନ।

ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ନୀଲମ ଶାମି ରାଓ ଆଜି ସମ୍ମିଳନୀର ଦ୍ବିତୀୟ ଦିନରେ ଅଧ୍ଯକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଅତିରିକୁ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ସରକାରଙ୍କ ବୟନ, ହସ୍ତତନୁ ଓ ହସ୍ତଶିଳ୍ପ ବିଭାଗର ସଚିବ ତଥା କମିଶନନ ଶ୍ରୀମତୀ ପୁନମ ଗୁହା ତାପସ କୁମାର ଉପସ୍ଥିତି ଥିଲେ ।

ଶ୍ରୀମତୀ ନୀଲମ ଶାମି ରାଓ ତାଙ୍କ ଅଭିଭାଷଣରେ, ଉତ୍ପାଦକତା ବୃଦ୍ଧି କରିବା ଏବଂ କଠିନ ପରିଶ୍ରମ କମାଇବା ପାଇଁ ପାରମ୍ପରିକ କାରିଗରୀକୁ ଆଧୁନିକ ଉପକରଣ ସହିତ ସନ୍ତୁଳିତ ସ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ସଚିବ ଜାତୀୟ ଫ୍ୟାଶନ୍ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଏଫଟି) ଏବଂ ଭାରତୀୟ ହସ୍ତତନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଏଚଟି) ଭଳି ପ୍ରତିଷ୍ଠାନଗୁଡ଼ିକୁ ବଜାର ଚକ୍ର ପୂର୍ବରୁ ଡିଜାଇନ୍ ଏବଂ ରଙ୍ଗର ଧାର ନେଇ ପୂର୍ବାନୁମାନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଧାରାକୁ

ଆନ୍ତଃରାଜ୍ୟ ସମନ୍ବୟର ଗୁରୁତ୍ରୁ ଉପରେ ଆଲୋକପାତ କରି, ସେ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସାରା କଞ୍ଚାମାଲର ସୁଗମ ପରିବହନ ପାଇଁ

ଆହ୍ବାନ କରିଥୂଳେ କରିଥିଲେ। ସେ କହିଥିଲେ, ଆମେ ପ୍ରୋତ୍ସାହନ ଦେଉଥ‌ିବା ପରିବେଶକୁ ସୁରକ୍ଷିତ ଖୂବାକୁ ହେବ। ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଆମ ଅର୍ଥବ୍ୟବସ୍ଥାର ପାରିପାର୍ଶିକ ଅଂଶବିଶେଷ ନୁହେଁ ବରଂ ଭବିଷ୍ୟତର ଅଗ୍ରଣୀ ଉତ୍ପାଦ ରୂପେ ଦେଖୁବାକୁ ହେବ। ବ। ଏଭଳି ସମ୍ମିଳନୀ ପ୍ରତି ଛଅମାସରେ ଥରେ ଆୟୋଜନ କରାଗଳେ ଗଲେ ରାଜ୍ଯ 366 କେନ୍ଦ୍ର ସରକାରଙ୍କ କାରଙ୍କ ମଧ୍ୟରେ ନିରନ୍ଧର ଆଲୋଚନା ହୋଇପାରିବ। ବିକଶିତ ଭାରତ 2047 ଲକ୍ଷ୍ୟ ସହିତ ସମନ୍ବିତ ଏକ ସ୍ଥିର, ସମାବେଶୀ ଏବଂ ନବସୃଜନ-ଚାଳିତ ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ପାଇଁ ନିରନ୍ତର ସମନ୍ବୟ ଓ ସାମୟିକ ସମୀକ୍ଷା ଅତ୍ୟନ୍ତ ଜରୁରୀ ।

ଶ୍ରୀମତ ମତୀ ଅନୁ ଗର୍ଗ ହସ୍ତତନ୍ତିର ସାଂସ୍କୃତିକ ଏବଂ ପରିବେଶଗତ ମୂଲ୍ୟକୃ କୁ ଦାହରାଇବା ସହିତ କୋଟପାଡ ଏବଂ ଡୋଙ୍ଗରିଆ ଚଦରକୁ ଦୀର୍ଘସ୍ଥାୟୀ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ କାରିଗରମାନଙ୍କୁ ଅଧୂକ ସ୍ବୀକୃତି (ଉତ୍ପାଦରେ ନାମ-ଟ୍ୟାଗିଂ ସମେତ), ବଜାର ଗବେଷଣା ଏବଂ ଉତ୍ପାଦ ଡିଜାଇନରେ ଯୁବ-ମୁଖୀ ତାଲିମ ପାଇଁ ଆହ୍ୱାନ କରିଥିଲେ। ଏହି ଅବସରରେ ସେ ଏକ ଦୀର୍ଘସ୍ଥାୟିତ୍ବ ସେଲ୍ ଏବଂ କଠା ସିଲ୍କ ଭଳି ଇକୋ-ଟେକ୍ସଟାଇଲ୍ସର ପ୍ରୋତ୍ସାହନ ପାଇଁ ଯୋଜନାର ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ହସ୍ତତନ୍ତି ଉନ୍ନୟନ କମିଶନର ଡକ୍ଟର ଏମ, ବୀଣା ସହଯୋଗୀ ସଂଘୀୟ ବ୍ୟବସ୍ଥା, ଦକ୍ଷତା ଓ ଡିଜାଇନ ଉନ୍ନତିକରଣ, ମହିଳା ନେତୃତ୍ବାଧୀନ ବିକାଶ, କ୍ଲଷ୍ଟର ଭିତ୍ତିଭୂମି, କଳାକାରଙ୍କ ପାଇଁ ସାର୍ବଜନୀନ ଆର୍ଥକ ସମର୍ଥନ ଏବଂ ଜିଆଇ ସଂଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ ।

ସେହିପରି କେନ୍ଦ୍ର ହସ୍ତଶିଳ୍ପ ଉନ୍ନୟନ କମିଶନର ଅମୃତ ରାଜ ପ୍ରଶାସନିକ ସଂସ୍କାର, ସୁଦୃଢ଼ ଡିଜିଟାଲ ପ୍ରଶାସନ, ଫଳାଫଳ ଆଧାରିତ କାର୍ଯ୍ୟକାରିତା, ତ୍ରିସ୍ତରୀୟ ଜାତୀୟ-ରାଜ୍ୟ-ଜିଲ୍ଲା ମଡେଲ ପ୍ରସ୍ତାବ ଦେଇଥିଲେ।

ଗତକାଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଜାତୀୟ ହସ୍ତତନ୍ତି ଓ ହସ୍ତଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଥିଲେ। ସମ୍ମିଳନୀ ସହିତ, ଭୁବନେଶ୍ବରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତି ଏବଂ ହସ୍ତଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ପାଭିଲିୟନ୍ ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ମନୋଜ ଆହୁଜାଙ୍କ ଦ୍ବାରା ପାଭିଲିୟନ୍ ଉଦଘାଟନ କରାଯାଇଥିଲା । ସମ୍ମିଳନୀର ପ୍ରଥମ ଦିନରେ, ଛଅଟି ବିଷୟବସ୍ତୁ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ଯାହା ରାଜ୍ୟସ୍ତରୀୟ ନବସୃଜନ ଏବଂ ସାମଗ୍ରିକ କ୍ଷେତ୍ରୀୟ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥ‌ିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ଆଲୋକପାତ କରିଥିଲା ।

ପ୍ରତିନିଧୂମାନେ ଓଡ଼ିଶାର ହସ୍ତଶିଳ୍ପ ଐତିହ୍ୟକୁ ଅନୁଭବ କରିବା ପାଇଁ କଳାଭୂମି, ବୟନିକା ଏବଂ ଉତ୍କଳିକା ଶୋ'ରୁମ୍ ପରିଦର୍ଶନ ମଧ୍ଯ କରିଥିଲେ ।

ସମ୍ମିଳନୀରେ ଦୁଇଦିନ ଧରି ଆଲୋଚନା କାରିଗର ଏବଂ ବୁଣାକାରମାନଙ୍କ ପାଇଁ ପରମ୍ପରାକୁ ପ୍ରଯୁକ୍ତିବିଦ୍ୟା ସହିତ ସନ୍ତୁଳିତ କରିବା ସ‌ହିତ ବିକଶିତ ଭାରତ 2047ର ଉଦ୍ଦେଶ୍ୟ ଅନୁରୂପ ଏହି କ୍ଷେତ୍ରରେ ବିକାଶକୁ ଆଗେଇ ନେବ । ଏହା ଏକ ସମନ୍ବିତ, ସମାବେଶୀ ଏବଂ ନବସୃଜନ -ଚାଳିତ ପରିବେଶ ସୃଷ୍ଟି କରିବା ପାଇଁ ଏକ ମିଳିତ ଜାତୀୟ ପ୍ରତିବଦ୍ଧତାକୁ ପ୍ରତିଫଳନ କରିଛି