ଭୁବନେଶ୍ବରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

Jan 25, 2026 - 23:38
 4
ଭୁବନେଶ୍ବରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ବରରେ ରୋଜଗାର ମେଳା: 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

ରୋଜଗାର ମେଳା ଯୁବପିଢ଼ିକୁ ଉପଯୁକ୍ତ ସୁଯୋଗ ପ୍ରଦାନ କରି ସେମାନଙ୍କର ସ୍ବପ୍ନକୁ ସାକାର କରିବାରେ ସହାୟକ ହୋଇଛି : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଅଷ୍ଟାଦଶ ରୋଜଗାର ମେଳାକୁ ଉଦଘାଟନ କରିବା ସହିତ ସାରା ଦେଶରେ 61 ହଜାରରୁ ଅଧୂକ ଯୁବବଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରସ୍ଥିତ ସିଏସଆଇଆର -ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ରୋଜଗାର ସୃଷ୍ଟି ଏବଂ ଯୁବ ଶକ୍ତିର ସଦୁପଯୋଗ କେନ୍ଦ୍ର ସରକାରଙ୍କ ପ୍ରାଥମିକତା। ଏଭଳି ରୋଜଗାର ମେଳା ଯୁବପିଢ଼ିକୁ ଉପଯୁକ୍ତ ସୁଯୋଗ ପ୍ରଦାନ କରି ସେମାନଙ୍କର ସ୍ବପ୍ନକୁ ସାକାର କରିବାରେ ସହାୟକ ହୋଇଛି । କେନ୍ଦ୍ର ମନ୍ତ୍ରୀ ନିଯୁକ୍ତି ପାଇଥିବା ସବୁ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ନବନିଯୁକ୍ତ ପ୍ରାର୍ଥୀମାନଙ୍କ ମଧ୍ୟରୁ ଆର୍ଥକ ସେବା ବିଭାଗ ଓ ଭାରତୀୟ ଷ୍ଟେଟବ୍ୟାଙ୍କରେ 8 ଜଣ, ସିଆରପିଏଫରେ 202ଜଣ, ଏମ୍ବୁ ଏବଂ ସ୍ବାସ୍ଥ୍ୟ ବିଭାଗରେ ଦୁଇ ଜଣ, ଇଏସଆଇସିରେ ୨ ଜଣ, ଏଫସିଆଇରେ ଜଣେ, ଆଇଟିବିପିରେ 27 ଜଣ ଏବଂ ସୀମା ସୁରକ୍ଷା ବଳରେ 10 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଛି

ଏହି କାର୍ଯ୍ୟକ୍ରମରେ ଏସଏଲବିସି ଓଡ଼ିଶାର ଆବାହକ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଗୌତମ ପାତ୍ର, ସିଆରପିଏଫ ଡିଆଇଜି ଭରତ ଭୂଷଣ ସେଠୀ, ଏମ୍ସ ଡିନ୍ (ଗବେଷଣା) ପ୍ରଫେସର ଡାକ୍ଟର ସତ୍ୟଜିତ ମିଶ୍ର, ଇଏସଆଇସି ଓଡ଼ିଶା ଯୁଗ୍ମ ନିର୍ଦ୍ଦେଶକ ମହେନ୍ଦ୍ର ଭୋଇ, ଏଫସିଆଇ ଉପ ମହାପ୍ରବନ୍ଧକ ଅଙ୍କୁର ବତ୍ସ, ଆଇଟିବିପି 41 ବାଟାଲିୟନ କମାଣ୍ଡାଣ୍ଟା ନରେନ୍ଦ୍ର ସିଂ, ବିଏସଏଫ ଅଧୂକାରୀ ସୁମନ କୁମାର ପ୍ରମୁଖଙ୍କ ସମେତ ବହୁ ସରକାରୀ ପ୍ରତିଷ୍ଠାନର ବରିଷ୍ଠ ଅଧୂକାରୀ, କର୍ମଚାରୀ ଏବଂ ନବନିଯୁକ୍ତ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।