ଲାଇଫ ଲାଇନ କ୍ଲବ ଆନୁକୂଲ୍ୟରେ କ୍ୟାରମ ପ୍ରତିଯୋଗିତା...
ଭୁବନେଶ୍ୱର ୟୁନିଟ ୬ ସ୍ଥିତ ଲାଇଫ ଲାଇନ କ୍ଲବ ଆନୁକୂଲ୍ୟରେ ଏକ କ୍ୟାରାମ ପ୍ରତିଯୋଗିତା କ୍ଲବ ର ସଦସ୍ୟ ମାନଙ୍କ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାକୁ କ୍ଲବର ବରିଷ୍ଟ ସଦସ୍ୟ ଶ୍ରୀ ପୂର୍ଣ୍ଣେନ୍ଦୁ ମିଶ୍ର ଓ ଶ୍ରୀ ସମୀର କୁମାର ମହାପାତ୍ର ଫିତା କାଟି ଉଦଘାଟନ କରିଥିଲେ।
ଏହି ଉଦଘାଟନ ସମୟରେ କ୍ଲବର ସଭାପତି ଶ୍ରୀ ଅଜୟ କୁମାର ନନ୍ଦ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୧୬ ଜଣ ଏବଂ ୮ଟି ଯୋଡି ଭାଗନେଇଥିଲେ।
ଫାଇନାଲରେ ଶ୍ରୀ ଅନନ୍ତ ବାସୁଦେବ ମିଶ୍ର ଓ ଶ୍ରୀ ବିଶ୍ୱଜିତ ସାହୁଙ୍କ ଯୋଡି ଶ୍ରୀ ସୁମିତ୍ରା ରଞ୍ଜନ ମହାପାତ୍ର ଓ ଶ୍ରୀ ସମୀର କୁମାର ମହାପାତ୍ର ଙ୍କ ଯୋଡ଼ିକୁ ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ମୂଳକ ଖେଳରେ ୨୫/୧୭ ପଏଣ୍ଟରେ ପରାସ୍ତ କରି ଚମ୍ପିଅନ ହୋ ଇଥିଲେ