ଭୂମିକମ୍ପରେ ଦୋହଲିଲା ଗୁଜୁରାଟ
ଗୁଜୁରାଟ : ଭୂମିକମ୍ପରେ ଦୋହଲିଲା ଗୁଜରାଟ। ଗୁଜରାଟର କଛ ଅଞ୍ଚଳରେ ଆଜି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା। ଭୂକମ୍ପର ଝଟ୍କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଭୂକମ୍ପ ଯୋଗୁ ଏଯାଏଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।
