ମନ୍ତ୍ରୀଙ୍କ କାର୍‌କେଡକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଫତେହପୁରରେ ଘଟିଛି ଅଭାବନୀୟ ଘଟଣା । ମନ୍ତ୍ରୀଙ୍କ କାର୍‌କେଡକୁ ଧକ୍କା ଦେଇଛି ପିକ୍‌ଅପ୍‌ ଭ୍ୟାନ୍‌ । ଏହି ଦୁର୍ଘଟଣା ପରେ ପିକ୍‌ଅପ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ମନ୍ତ୍ରୀଙ୍କ କାର୍‌କେଡର ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।ସୂଚନା ଅନୁଯାୟୀ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଅସୋଥରରେ ଏକ ଜନସଭାକୁ ସମ୍ବୋଧନ କରି ଫେରୁଥିବା ସମୟରେ ବନପୁରବା ନିକଟରେ ଏକ ବୁଲାଣିରେ ମନ୍ତ୍ରୀଙ୍କ କାର୍‌କେଡ ଯାଉଥିବା ବେଳେ ସାମନା ପଟୁ ଦ୍ରୁତ ଗତିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମନ୍ତ୍ରୀଙ୍କ କାରକେଡରେ ଥିବା ଗାଡ଼ିକୁ ପିଟିଥିଲା। ଫଳରେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଉକ୍ତ ଗାଡ଼ିରେ ଥିବା ପୁଲିସ୍‌ କର୍ମଚାରୀ ଅଳ୍ପକେ ରକ୍ଷା ପାଇଛନ୍ତି। ଏହାଦେଖି ପିକଅପ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଏହି ଦୁର୍ଘଟଣାରେ ସ୍ୱାଧୀ ନିରଞ୍ଜନ ଜ୍ୟୋତି ଓ ତାଙ୍କ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ।

Mar 1, 2024 - 16:18
 2
ମନ୍ତ୍ରୀଙ୍କ କାର୍‌କେଡକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌