ଭୟଙ୍କର ସଡ଼କ ଦୁର୍ଘଟଣା : ୧୨ ମୃତ

ଉତ୍ତରପ୍ରଦେଶ : ଗତକାଲି ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହ୍ଲାଗଂଜ ପୋଲିସ ଷ୍ଟେସନ ଅଞ୍ଚଳରେ ଗୁରୁବାରଦିନ ପ୍ରାୟ ସୁଗସୁଗି ଗାଁ ନିକଟ ବରେଲି-ଫାରୁଖବାଦ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଏକ ଅଟୋକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଶାହାଜାହାନପୁରର ମଦନପୁର ପୋଲିସ ଷ୍ଟେସନ ଅଞ୍ଚଳର ଦାମଗଡା ଗାଁରୁ ଗଙ୍ଗାରେ ଗାଧୋଇବାକୁ ଯାଉଥିବା ସମୟରେ ଅଟୋରେ ଥିବା ସମସ୍ତ ୧୨ ଜଣ ଭକ୍ତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ, ୩ ଜଣ ମହିଳା ସମେ ଜଣେ ଶିଶୁ ଥିଲେ। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା। ପୁଲିସ କହିଛି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ୍ୟତା କମ ରହିଥିବାରୁ ଏହି ଦୁର୍ଘଟଣା ଘଟିଥିଲା ।ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି।

Jan 26, 2024 - 21:12
 2
ଭୟଙ୍କର ସଡ଼କ ଦୁର୍ଘଟଣା : ୧୨ ମୃତ