ପୁଣି ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ
ନୂଆଦିଲ୍ଲୀ : ପୁଣି ଥରେ ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ଲାଗୁ ହୋଇଛି ନୂଆ ଦର । ନୂଆ ଦର ଅନୁଯାୟୀ, କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ରାଜଧାନୀ ଦିଲ୍ଲୀରେ ୨୫ ଟଙ୍କା, ମୁମ୍ବାଇରେ ୨୬ ଟଙ୍କା ବଢ଼ିଛି। ଗତ ମାସ ବଜେଟ ଆଗତ ଦିନରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ୧୪ ଟଙ୍କା ବଢ଼ିଥିବା ବେଳେ ଆଜି ବଢ଼ିଛି ୨୫ ଟଙ୍କା।ନୂଆ ଦର ଅନୁଯାୟୀ, ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବେ ୧୭୯୫ ଟଙ୍କାରେ ପହଞ୍ଚିଛି। କୋଲକତାରେ ଏହି ମୂଲ୍ୟ ୧୯୧୧ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧୭୪୯ ଟଙ୍କା ଓ ଚେନ୍ନାଇରେ ଏହା ୧୯୬୦.୫୦ ଟଙ୍କାରେ ପହଞ୍ଚିଛି । ଘରୋଇ ଗ୍ୟାସ ଦାମ କିଛି ଦିନ ହେବ ସ୍ଥିର ଥିବା ବେଳେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବଢ଼ି ବଢ଼ି ଚାଲିଛି। ମାତ୍ର ଏହାପରେ ଦୁଇ ଥର ଏହି ଦରରେ ବୃଦ୍ଧି ଘଟିଥିବାରୁ କମର୍ସିଆଲ୍ ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।