ମାଉଣ୍ଟ ଏଭରେଷ୍ଟରେ ପ୍ରବଳ ତୁଷାରପାତ, ଫସିଗଲେ ୧୦୦୦ରୁ ଅଧିକ ପର୍ବତାରୋହୀ...
ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟରେ ତୁଷାରପାତ ଯୋଗୁଁ ୧୦୦୦ ରୁ ଅଧିକ ପର୍ବତାରୋହୀ ଫସି ରହିଛନ୍ତି ।
ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏପର୍ଯ୍ୟନ୍ତ ୩୫୦ ପର୍ବତାରୋହୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ପ୍ରବଳ ତୁଷାରପାତ ଯୋଗୁଁ ଏଭରେଷ୍ଟର ତିବ୍ଦତୀୟ ଅଂଶରେ ପ୍ରାୟ ୧୦୦୦ ରୁ ଅଧିକ ପର୍ବତାରୋହୀୟ ଫସି ଯାଇ ଥିଲେ । ସେମାନଙ୍କ ମଧ୍ୟରୁ କେବଳ ୨୦୦ ପର୍ବତାରୋହୀ ଉଦ୍ଧାରକାରୀ ଦଳ ସହିତ ଯୋଗାଯୋଗରେ ରହିଛନ୍ତି ।
ଉଦ୍ଧାରକାରୀ ଟିମ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ପର୍ବତାରୋହୀମାନେ ପ୍ରାୟ ୪,୨୦୦ ମିଟର ଉଚ୍ଚତାରେ ଫସି ରହିଛନ୍ତି । ସେପଟେ ପ୍ରଶାସନ ଏଭରେଷ୍ଟ ପାଇଁ ଟିକେଟ୍ ବିକ୍ରି ଉପରେ ରୋକ ଲଗାଇଛି ।