ମାଞ୍ଜା ସୂତା ଲାଗି କାଟିଲା ମହିଳାଙ୍କ ବେକ

କଟକ: ମାଞ୍ଜା ସୂତା ଲାଗି କଟିଗଲା ବେକ । କଟକ ରାଜାବଗିଚା ନଦୀ ବନ୍ଧ ନିକଟରେ ଘଟିଛି ଏହି ଅଘଟଣ । ଗୁଡ଼ି ସୂତା ଲାଗି କଟିଲା ମହିଳାଙ୍କ ବେକ । ପିଲାଙ୍କୁ ସ୍କୁଲରୁ ନେଇ ଆସୁଥିବା ବେଳେ ଯୁବତୀଙ୍କ ବେକରେ ଲାଗିଲା ସୂତା । ରାଜା ବଗିଚା ଅଞ୍ଚଳ ନଦୀ ବନ୍ଧ ରାସ୍ତାରେ ଘଟିଛି ଅଘଟଣ । କଟକରେ ଗୁଡି ସୂତା ଲାଗି ଆହତ ହେବା ଘଟଣା ବଢି ଚାଲିଛି । ବାରମ୍ବାର ଏହିଭଳି ଘଟଣାମାନ ଘଟୁଥିଲେ ମଧ୍ୟ ଏଥିପ୍ରତି କିଛି କାର୍ୟ୍ୟାନୁଷ୍ଠାନ ନିଆଯାଉନାହିଁ । ମାଂଜା ଓ ଚାଇନା ସୂତା ନିଷିଦ୍ଧ କରାଯାଇଥିଲେ ବି ଲୋକେ ଏହାକୁ ମାନୁ ନାହାନ୍ତି । କିଛି ଲୋକଙ୍କ ମଜା ପାଇଁ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହେଉଛି । ଗତକିଛି ଦିନ ଭିତରେ କେବଳ ଗୁଡି ସୂତା ଲାଗି ଅନେକ ଆହତ ହେଲେଣି ।

ମାଞ୍ଜା ସୂତା ଲାଗି କାଟିଲା ମହିଳାଙ୍କ ବେକ