ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଗସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ତ୍ରୁଟି ଶୂନ୍ୟ କରିବାକୁ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଆସନ୍ଧା ଏପ୍ରିଲ ୨୧ ତାରିଖରେ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଯେପରି ତୃଟି ଶୂନ୍ୟ ହେବ, ସେଥିପାଇଁ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ ତଦାରଖ ଉପରେ ମୁଖ୍ୟ ଶାସନ ସଚିବ ସଂପୂକ୍ତ ବିଭାଗର ସଚିବ ତଥା ଅଧୂକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଗୃହ,ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନୁ ଶର୍ମା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ବିଜ୍ଞାନ ଓ କାରିଗରୀ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମଙ୍କ ସମେତ ସଂପୂକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧୂକାରୀମାନେ ଉପସ୍ଥିତ পৃচ্ছ।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ରାଜ୍ୟ ଗୃହ(ସ୍ବରାଷ୍ଟ୍ର) ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ଆର.କେ ଶର୍ମା ସୂଚନା ପ୍ରଦାନ କରିଥିଲେ । ବୈଠକରେ ଆଲୋଚନା ଅନୁସାରେ ମାନ୍ୟବର ରାଷ୍ଟ୍ରପତି ଏପ୍ରିଲ ୨୧ ତାରିଖ ସକାଳୁ ନୂଆ ଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ପୂର୍ବାହ୍ନ ୧୦.୨୫ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଁଚିବେ ଓ ସେଠାରୁ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ୧୧.୧୦ ମି ସମୟରେ ରାଉରକେଲା ବିମାନ ବନ୍ଦରରେ ପହଁଚି ସଡ଼କ ପଥରେ ସେକ୍ଟର ୧୩ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ
ଜନକଲ୍ୟାଣକାରୀ ପ୍ରକଳ୍ପ ଉଦ୍ଘାଟନ କରିବେ । ମାନ୍ୟବର ରାଷ୍ଟ୍ରପତି ରାଉରକେଲା ଠାରେ ସମନ୍ବିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଭବନ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ, କୋଏଲ ନଗର ସ୍ଥିତ ପ୍ରମୋଦ ଉଦ୍ୟାନ ଭଳି ଜନ କଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଘାଟନ କରିବେ । ସାଧାରଣ ସଭାପରେ ମାନ୍ୟବର ରାଷ୍ଟ୍ରପତି ଜନ ଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ରାଉରକେଲାର ପରିଦର୍ଶନ କରିବେ । କାର୍ଯ୍ୟକ୍ରମ ସରିବା ପରେ ମାନ୍ୟବର ରାଷ୍ଟ୍ରପତି ରାଉରକେଲାରୁ ପ୍ରତ୍ୟାବର୍ତ୍ତନ କରି ଝାରସୁଗୁଡ଼ା ଦେଇ ଅପରାହ୍ନ ୪.୫୦ ରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ବୈଠକରୁ ଜଣାପଡ଼ିଛି ।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖ୍ ପ୍ରସ୍ତୁତି ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ସୂଚନା ଦେଇଥିଲେ । ଉଭୟ ରାଉରକେଲା ଓ ଝାରସୁଗୁଡ଼ା ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହ (ସର୍କିଟ ହାଉସ୍) କୁ ପୂର୍ଣ୍ଣ ପ୍ରସ୍ତୁତ ରଖୁବାକୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ମାଗ ଦର୍ଶିକା ଅନୁସାରେ ସୂରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଗୁରୁତ୍ବ ଦିଆଯାଇଛି । ବିମାନ ବନ୍ଦର ଠାରୁ ଆରମ୍ଭ କରି ସର୍କିଟ ହାଉସ୍, ସଭାସୁଳ ଓ କାର୍ଯ୍ୟକ୍ରମ ସ୍ଥଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି । ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ବାଇ, ବି. ଖୁରାନିଆଙ୍କ ସମେତ ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏପି ପ୍ରମୁଖ ଯୋଗଦେଇ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମ ସମନ୍ବୟ ପାଇଁ ରାଜ୍ୟସ୍ତରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ନିର୍ଦ୍ଦେଶକ ତଥା ଅତିରିକୁ ଶାସନ ସଚିବ ଶ୍ରୀ ଅରିନ୍ଦମ ଡାକୁଆଙ୍କୁ ନୋଡାଲ ଅଧୂକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସାଧାରଣ ସଭାରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେବାକୁ ଥିବାରୁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଯଥେଷ୍ଟ ସଂଖ୍ୟକ ଓଆରଏସ୍ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରିବା ପାଇଁ ଅତିରିକୁ ବ୍ୟବସ୍ଥା, ସଭାସୁଳକୁ ବାୟୁ ଚଳାଚଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତିକୁ କୌଣସି ମତେ ହାଲୁକା ଭାବେ ନ ନେଇ ତୃଟି ଶୂନ୍ୟ ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, କାରକେଡ୍ ପ୍ଲାନ, ବ୍ୟବହୃତ ହେବାକୁ ଥିବା ରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି, ଗସ୍ତ ସ୍ଥଳଗୁଡ଼ିକରେ ଉପଯୁକ୍ତ ପରିମଳ ବ୍ୟବସ୍ଥା, ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଦୃଷ୍ଟିରୁ ସ୍ବତନ୍ତ୍ର ପ୍ରସ୍ତୁତି ସହ ଅତିରିକୁ ଡାକୁ ଡାକ୍ତରୀ ଓ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା, ମଞ୍ଚ ପ୍ରସ୍ତୁତି, " ବେରିକେଡ୍, ଆବଶ୍ୟକ ପାସ୍ ବ୍ୟବସ୍ଥା, ଗଣ ମାଧ୍ୟମରେ କାର୍ଯ୍ୟକ୍ରମର ପ୍ରସାରଣ ଓ ପ୍ରକାଶନ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପୂର୍ବ ଭଳି ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ଯ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି ।