ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି...

Feb 26, 2026 - 13:32
 16
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି...

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି...

ଭାରତର ନିର୍ବାଚନ କମିଶନ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଅଛନ୍ତି । ତଦନୁଯାଇ, ୪ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ଏକ ନିର୍ବାଚନ ଅନୁଷ୍ଠିତ ହେବ । କାରଣ ମାନ୍ୟବର ସଦସ୍ୟା ଶ୍ରୀମତୀ ମମତା ମହନ୍ତ ଓ ମାନ୍ୟବର ସଦସ୍ୟ ଶ୍ରୀ ସୁଜିତ କୁମାର ଏବଂ ମାନ୍ୟବର ସଦସ୍ୟ ମୁଯିବୁଲ୍ଲା ଖାନ ଏବଂ ମାନ୍ୟବର ସଦସ୍ୟ ଶ୍ରୀ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ୦୨,୦୪,୨୦୨୬ ରିଖରେ ସମାପ୍ତ ହେଉଛି ।

> ଏହି ନିର୍ବାଚନକୁ ପରିଚାଳନା କରିବା ପାଇଁ ଶ୍ରୀ ସତ୍ୟବ୍ରତ ରାଉତ ,ଭା.ପ୍ର.ସେ., ସଚିବ, ଓଡ଼ିଶା ବିଧାନସଭାଙ୍କୁ ରିଟଣ୍ଡିଂ ଅଧିକାରୀ ଓ ଶ୍ରୀ ବିଦ୍ୟାଧର ମାଝି, ଯୁଗ୍ମ ସଚିବ, ଓଡ଼ିଶା ବିଧାନସଭା ଙ୍କୁ ସହାୟକ ରିଟଣ୍ଡିଂ ଅକାରୀ ଭାବେ ନିର୍ବାଚନ କମିଶନ ଆଜି ବିବଦ୍ଧ ଭାବେ ଏକ ବିଜ୍ଞପ୍ତି ମଧ୍ଯ ପ୍ରକାଶ କରିଅଛନ୍ତି।

> ତେଣୁ ଆଜିଠାରୁ ଏହି ନିର୍ବାଚନ ନିମନ୍ତେ ମନୋନୟନ ପତ୍ର ଫର୍ମ ସକାଳ ୧୧.୦୦ ଘଟିକା ଠାରୁ ଅପରାହ୍ନ ୦୩.୦୦ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷ (ତଳ ମହଲା) ଉପଲବ୍ଧ ହେବ ।

> ତା. ୦୫.୦୩.୨୦୨୬ ରିଖ (ଗୁରୁବାର‌) ସୁଦ୍ଧା ଯେ କୌଣସି ଦିନ (ସରକାରୀ ଛୁଟିଦିନ ବ୍ୟତୀତ) ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ପ୍ରାର୍ଥୀ ନିଜେ କିମ୍ବା ତାଙ୍କ ପ୍ରସ୍ତାବକ ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷ (ତଳ ମହଲା) ରିଟଣ୍ଡିଂ ଅକାରୀଙ୍କ ନିକଟରେ ମନୋନୟନ ପତ୍ର ଦାଖଲ କରିପାରିବେ ।

> ତା ୦୬.୦୩.୨୦୨୬ ରିଖ (ଶୁକ୍ର ବାର) ପୂର୍ବାହ୍ନ ଘ.୧୧.୩୦ମିନିଟ୍ ସମୟରେ ଓଡ଼ିଶା ବିଧାନସଭା ସୌଧର ସମ୍ମିଳନୀ କକ୍ଷ (ତଳ ମହଲା)ରେ ମନୋନୟନ ପତ୍ର ଯାଞ୍ଚ କରାଯିବା

୦୯.୦୩.୨୦୨୬ ରିଖ (ସୋମବାର) ପ୍ରାର୍ଥୀତ୍ବ ପ୍ରତ୍ୟାହାର ନିମନ୍ତେ ନୋଟିସ୍ ସ୍ବୟଂ ପ୍ରାର୍ଥୀ ଥବା ତାହା ଦାଖଲ କରିବା ନିମନ୍ତେ ପ୍ରାର୍ଥୀଙ୍କ ଦ୍ବାରା ଲିଖିତ ଆକାରରେ ଆକାର । ପ୍ରାଧ୍କୃତ ହୋଇଥିବା ତାଙ୍କ ପ୍ରସ୍ତାବକ ବା ତାଙ୍କ ନିର୍ବାଚନ ଏଜେଣ୍ଟ ରିଟଣ୍ଡିଂ ଅକାରୀଙ୍କ ନିକଟରେ ଅପରାହ୍ନ ୩ ଘଟିକା ପୂର୍ବରୁ ଦାଖଲ କରିପାରିବେ ।

> ଯଦି ନିର୍ବାଚନ ପ୍ରତିଦ୍ଵନ୍ଦିତାମୂଳକ ହୁଏ ତେବେ কা. ୧୬.୦୩.୨୦୨୬ ରିଖ (ସୋମବାର‌) ପୂର୍ବାହ୍ନ ୯ ଘଟିକା ଟିକା ରୁ ଅପରାହ୍ନ ୪ ଘଟିକା ଘଟିକା ମଧ୍ଯରେ ଓଡ଼ିଶା ବିଧାନସଭା ସୌଧର କମିଟି ପ୍ରକୋଷ୍ଠ ନଂ- ୫୪ ୫୪ରେ ଭୋଟ ଗ୍ରହଣ କରା‌ଯିବ ଏବଂ ସନ୍ଧ୍ୟା ୦୫.୦୦ ସମୟରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ଏବଂ ନିର୍ବାଚିତ ବ୍ୟକ୍ତିଙ୍କୁ ସାର୍ଟିଫିକଟେ ପ୍ରଦାନ କରାଯିବ ।

ତା ୨୦.୦୩.୨୦୨୬ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ ।