ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

Jan 15, 2026 - 21:08
 4
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ ସୂଚୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ

ସଚିବମାନେ ଜିଲ୍ଲା ପରିଦର୍ଶନ ସମୟରେ ପାନୀୟ ଜଳ ପ୍ରକଳ୍ପ ଶୀଘ୍ର ସାରିବା ନେଇ ସମୀକ୍ଷା କରିବାକୁ ପରାମର୍ଶ

୨୦୨୫-୨୬ ରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କିତ ଆଲୋଚନା

ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ସାରିବା, ଖର୍ଚ୍ଚ ସମୀକ୍ଷା ଏବଂ ରାଜସ୍ବ ସଂଗ୍ରହ ଲକ୍ଷ୍ୟ ହାସଲକୁ ଗୁରୁତ୍ବ ଭୁବନେଶ୍ବର, ତା-୧୫.୧.୨୦୨୬

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନୁ ଶର୍ମା, ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ରଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଚିବମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି

ବୈଠକରେ ପ୍ରଥମେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସଚିବମାନଙ୍କର ମାସିକ କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ବ ଦେଇ କହିଛନ୍ତି ଯେ, ସଚିବମାନେ ଯେତେବେଳେ ଜିଲ୍ଲା ଗସ୍ତରେ ଯାଉଛନ୍ତି, ସେମାନେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ବିଶେଷ କରି ଯେଉଁଠି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୂନ ରହିଛି ସେସବୁକୁ ସ୍ଥିତି ସମୀକ୍ଷା କରନ୍ତୁ । ପ୍ରକଳ୍ପ ବିଳମ୍ବ ହେଉଥିଲେ, ସେସବୁ କେଉଁ କାରଣରୁ ବିଳମ୍ବ ହେଉଛି, ସେ ସଂପର୍କରେ ବୁଝି ସମାଧାନ ପାଇଁ ପରାମର୍ଶ ଦିଅନ୍ତୁ । ପାନୀୟ ଜଳ ଏକ ପ୍ରମୁଖ ଆବଶ୍ୟକତା ଏବଂ ବିଭିନ୍ନ ଜିଲ୍ଲାରେ ପାଇପ ଜଳ ଯୋଗାଣି ପ୍ରକଳ୍ପ ଶୀଘ୍ର ଶେଷ ହେଲେ ସଂପୃକୁ ଗ୍ରାମବାସୀ ଉପକୃତ ହେବେ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନିର୍ଦ୍ଦେଶିତ ୧୫ ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ବିଭିନ୍ନ ବିଭାଗ ମାନେ କିପରି କାର୍ଯ୍ୟକାରୀ କରୁଛନ୍ତି ଏବଂ ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ୨୦୨୫-୨୬ ବର୍ଷରେ

ବିତ୍ତୀୟ ସ୍ଥିତି ସମୀକ୍ଷା କରାଯାଇଥିଲା । ବଜେଟ୍ ଅନୁମୋଦନ ଅନୁସାରେ ଗତ ଡିସେମ୍ବର ୨୦୨୫ ସୁଦ୍ଧା ବିଭିନ୍ନ ବିଭାଗର ଖର୍ଚ୍ଚ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଭିତ୍ତିଭୂମି, ସାମାଜିକ କ୍ଷେତ୍ର ଓ ଅନ୍ୟ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗର ସାମଗ୍ରିକ ଖର୍ଚ୍ଚରେ ଗତବର୍ଷ ଅପେକ୍ଷା ୧୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ କାର୍ଯ୍ୟକ୍ରମ ବାବଦକୁ ୧୫ ପ୍ରତିଶତ ବଢ଼ିଥିବା ଜଣାଯାଇଛି । ସେହପରି ବିଭିନ୍ନ ଉତ୍ସରୁ ରାଜସ୍ବ ସଂଗ୍ରହ ଗତ ଆର୍ଥକ ବର୍ଷ ତୁଳନାରେ ୭.୮୨ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ସଂପୂକୁ ବିଭିନ୍ନ ବିଭାଗମାନଙ୍କୁ ସେମାନଙ୍କର ରାଜସ୍ବ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ବଜେଟ୍‌ରେ କିପରି ନୂଆ ନୂଆ ପ୍ରସ୍ତାବ ଅଣାଯାଇ ପାରିବ, ସେ ସଂପର୍କରେ ସଚିବ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିପରି ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ପାଣ୍ଠିର ଉପଯୋଗ ନେଇ ସ୍ବତନ୍ତ୍ର ସମୀକ୍ଷା ଓ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବିଭାଗୀୟ ସଚିବମାନଙ୍କୁ ନିଜ ନିଜ ବିଭାଗରେ ବଜେଟ୍ ଅନୁମୋଦନ ଅନୁସାରେ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ ସାରିବା ଓ ଖର୍ଜ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ବହୁ ପୁରୁଣା ଆଇନ୍ ରହିଛି । ଯେଉଁ ଆଇନଗୁଡ଼ିକର ସଂପ୍ରତି ଆବଶ୍ୟକତା ରହୁନାହିଁ, ସେସବୁକୁ ପ୍ରତ୍ୟାହାର କରିବା ପାଇଁ ସଚିବମାନଙ୍କୁ ତର୍ଜମା କରି ପ୍ରସ୍ତାବ ଦେବାକୁ ଆଇନ୍ ବିଭାଗ ପକ୍ଷରୁ ଉପସ୍ଥାପନ କରାଯାଇଥିଲା । ପ୍ରତି ମାସ ୧୬ ତାରିଖରେ ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ବିକାଶ ମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଆଲୋଚନା ହେବ । କିନ୍ତୁ ଚଳିତ ମାସରେ ପୂର୍ବ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟ ଥୂବାରୁ ଜାନୁଆରୀ ୧୬ରେ ଏହି ବୈଠକ ନହୋଇ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ମାସର ପ୍ରତି ୩ୟ ମଙ୍ଗଳବାର ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ତଥା ଏମଓୟୁ ସ୍ବାକ୍ଷରିତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କିତ ବୈଠକ ଅନୁଷ୍ଠିତ ହେବା ନେଇ ବୈଠକରେ ସୂଚନା ଦିଆଯାଇଥିଲା ।