ରାଜ୍ୟରେ ଡ୍ରାଇଭିଂ ଟ୍ରେନିଂ ପ୍ରଶିକ୍ଷିଣ କେନ୍ଦ୍ର କମ ଥିବା ଯୋଗୁଁ ଦୁର୍ଘଟଣା ଅଧିକ ହେଉଛି |

Oct 7, 2025 - 07:51
 31
ରାଜ୍ୟରେ ଡ୍ରାଇଭିଂ ଟ୍ରେନିଂ ପ୍ରଶିକ୍ଷିଣ କେନ୍ଦ୍ର କମ ଥିବା ଯୋଗୁଁ ଦୁର୍ଘଟଣା ଅଧିକ ହେଉଛି |

ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଡ୍ରାଇଭରଙ୍କ ଭୁଲ୍ ଯୋଗୁଁ ହେଉଛି । 

ଏଥିସହ ରାଜ୍ୟରେ ପ୍ରଶିକ୍ଷିକ ଭାରିଯାନ ଚାଳକ (HMV)ଙ୍କ ଅଭାବ ବି ରହିଛି । 

ଆଉ ଏହି ବ୍ୟବଧାନ କମାଇବା ଲାଗି ନିଷ୍ପତ୍ତି ନେଇଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ।

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ । 

ଏବେ ରାଜ୍ୟରେ ୪ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ITDR) ରହିଛି । ସେଠାରୁ ପ୍ରଶିକ୍ଷିତ ଡ୍ରାଇଭରଙ୍କ ରେକର୍ଡ ଅନୁସାରେ, ସେମାନେ ସଡ଼କ ଦୁର୍ଘଟଣା ଘଟାଉ ନାହାନ୍ତି । 

ତେଣୁ ନୂଆ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରି ସରକାର ଦୁର୍ଘଟଣା ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ରାଜ୍ୟର ୩ ଜିଲ୍ଲା ଅନୁଗୁଳ, ସମ୍ବଲପୁର ଏବଂ କୋରାପୁଟରେ ନୂଆ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଉକ୍ତ ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଡିଏମ୍‌ଏପ୍ ପାଣ୍ଠିକୁ ଚିଠି ଲେଖା ଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ୨୫ କୋଟି ଲେଖାଏଁ ବ୍ୟୟରେ ନିର୍ମାଣ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ । ପ୍ରତି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପିଛା ୧୭.୨୫ କୋଟି ଟଙ୍କା ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର । ବଳକା ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ କରାଯିବ । 

୩ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଜିଲ୍ଲା ଖଣିଜ ପାଣ୍ଠିରୁ ଟଙ୍କା ରିଲିଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୩ ଜିଲ୍ଲା ଅନୁଗୁଳ, ସମ୍ବଲପୁର ଏବଂ କୋରାପୁଟରେ ନୂଆ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ, ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି |