ରୋଟାରୀ ସେବା ସମ୍ମାନ ୨୦୨୬...

Nov 7, 2026 - 11:39
 1
ରୋଟାରୀ ସେବା ସମ୍ମାନ ୨୦୨୬...

ପିକକ୍ ର ବାଲିଅନ୍ତା ବ୍ଲକ୍ ସଂଯୋଜିକା ସୁଶ୍ରୀ ଉପମା ମହାନ୍ତି ବାଲ୍ୟାବସ୍ଥାରୁ ନିଜକୁ ସମାଜ ସେବାରେ ହଜେଇ ଦେଇଛନ୍ତି। ବାଲ୍ୟ ବିବାହ, ଶିଶୁଶ୍ରମିକ ରୋକିବାରେ , ଘରୋଇ ମହିଳା ହିଂସା ରୋକିବାରେ ,ନିଶା ମୁକ୍ତ ଅଞ୍ଚଳ ଗଠନ , ତମାଖୁ ବର୍ଜନ , ପରିବେଶ ସୁରକ୍ଷା ସହିତ ବୃକ୍ଷ ରୋପଣ ଇତ୍ୟାଦି କାର୍ଯ୍ୟରେ ସୁଶ୍ରୀ ମହାନ୍ତି ସଦାସର୍ବଦା ତତ୍ପର ହୋଇଥାନ୍ତି। 

ଏହା ବ୍ୟତୀତ ସେ ବାଲିଅନ୍ତା ବ୍ଲକ୍ ର କୋଣ ଅନୁକୋଣରେ ବିଭିନ୍ନ ସଚେତନତା କାର୍ଯ୍ୟ କରି ପ୍ରଶାସକ ର ପ୍ରଂଶସା ର ପାତ୍ର ହୋଇଛନ୍ତି। 

ଖାଲି ସେତିକି ନୁହେଁ ବାତ୍ୟା, ବନ୍ୟା, କୋଭିଦ୍ ସମୟରେ ମଧ୍ୟ ସେ ପିକକ୍ ତରଫରୁ ଲୋକମାନଙ୍କ ପାଖେ ପାଖେ ରହି ଆସିଛନ୍ତି |

ମହିଳା ମାନଙ୍କୁ ସଶକ୍ତି କରଣ କରିବାରେ, ମହିଳାମାନଙ୍କୁ ଅଧିକାର ସାବ୍ୟସ୍ତ କରିବାରେ ସେ ସବୁବେଳେ ଚେଷ୍ଟା କରିଥାନ୍ତି। 

ଯେତେ କହିଲେ ବି ତାଙ୍କ ବିଷୟରେ କମ୍ ପଡ଼ିଯିବ |

ସୁଶ୍ରୀ ଉପମା ମହାନ୍ତି ନିଜ ବିଷୟରେ ଦିନେ ଚିନ୍ତା ନ କରି ସମାଜ ରେ ଥିବା ବୟସ୍କ ଲୋକ, ମହିଳା ଓ ପିଲାମାନଙ୍କ କଥା ଚିନ୍ତା କରଥାନ୍ତି,ସେମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବାରେ |

ସେଥିପାଇଁ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ୟୁନିଟ ର ଜନ୍ମ ବାର୍ଷିକ ଉତ୍ସବରେ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ୟୁନିଟ ର ସଭାପତି ପ୍ରଫେସର ଅନନ୍ତ କୁମାର ଜେନା, ସମ୍ପାଦକ ପ୍ରକାଶ କୁମାର ଦାସ, କାର୍ଯ୍ୟକାରୀ ସମ୍ପାଦକ ଦିବ୍ୟରଞ୍ଜନ ଦାସ ଓ ମୁଖ୍ୟ ଅତିଥି ବିଜୟ କୁମାର ମିଶା ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (Railway )ଙ୍କ ଠାରୁ ପିକକ୍ ବ୍ଲକ୍ ସଂଯୋଜିକା ରୋଟାରୀ ସେବା ସମ୍ମାନ ଗ୍ରହଣ କରିଛନ୍ତି।