ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ଈଶ୍ବର ଚନ୍ଦ୍ର ବିଦ୍ୟା ସାଗରଙ୍କ ଜୟନ୍ତୀ ଅବସର ରେ କଲିକତାରେ ଗୃହମନ୍ତ୍ରୀଙ୍କ ଯୋଗଦାନ...
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ସନ୍ତୋଷ ମିତ୍ର ସ୍ଲୋୟାର ଦୁର୍ଗା ପୂଜା ମଣ୍ଡପ ଏବଂ ପୂର୍ବ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର ଦୁର୍ଗା ପୂଜା ମଣ୍ଡପର ଉଦଘାଟନ କରିଛନ୍ତି । ଏହା ସହିତ ସେ କୋଲକାତାର କାଳିଘାଟ ମନ୍ଦିରରେ ଦେବୀ କାଳୀଙ୍କୁ ମଧ୍ୟ ପ୍ରାର୍ଥନା କରିଥିଲେ ।
ସନ୍ତୋଷ ମିତ୍ର ସ୍କୋୟାର ଦୁର୍ଗା ପୂଜା ମଣ୍ଡପର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋସ୍ତ କରି ଶ୍ରୀ ଶାହ କହିଛନ୍ତି ଯେ, ନବରାତ୍ରୀ ସମୟରେ ନଅ ଦିନିଆ ପୂଜା ପର୍ବ କେବଳ ବଙ୍ଗଳା କିମ୍ବା ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ଲୋକପ୍ରିୟ ହୋଇଛି । ସେ କହିଥିଲେ ଯେ, ବଙ୍ଗଳାର ଏହି ମହାନ ପରମ୍ପରାକୁ ସାରା ବିଶ୍ବର ଲୋକମାନେ ଦେଖୁଛନ୍ତି ଏବଂ ଏହାକୁ ଅତ୍ୟନ୍ତ ଆନନ୍ଦର ସହ ଗ୍ରହଣ କରିଛନ୍ତି । ନଅ ଦିନ ପାଇଁ, ବଙ୍ଗଳାର ପ୍ରତ୍ୟେକ ବ୍ୟକ୍ତି, ଛୋଟ ହେଉ କି ବୃଦ୍ଧ, ଶକ୍ତି ପୂଜାରେ ନିଜକୁ ଉତ୍ସର୍ଗ କରନ୍ତି । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନଅ ଦିନ ବଙ୍ଗଳା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ବଙ୍ଗଳାର ବିକାଶ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପରିକଳ୍ପିତ ଏକ
ବିକଶିତ ଭାରତର ସ୍ବପ୍ନ ଆମ ସମସ୍ତଙ୍କ ଦ୍ବାରା ସାମୂହିକ ଭାବରେ ପୂରଣ ହେବା ଆବଶ୍ୟକ । ଶ୍ରୀ ଶାହ କହିଥିଲେ ଯେ, ଆଗାମୀ ବିଧାନସଭା ନିର୍ବାଚନରେ ମା' ଦୁର୍ଗାଙ୍କ ଆଶୀର୍ବାଦରେ ବଙ୍ଗଳାରେ ଏକ ସରକାର ଗଠନ କରାଯିବ, ଯାହା “ସୋନାର ବଙ୍ଗଳା" ନିର୍ମାଣ କରିବ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ବଙ୍ଗଳା ପୁଣିଥରେ ନିରାପଦ, ସମୃଦ୍ଧ, ଶାନ୍ତିପୂର୍ଣ୍ଣ, ପ୍ରଚୁର ଜଳ ଏବଂ ସମ୍ପଦରେ ପରିଣତ ହେବା ଉଚିତ ଏବଂ କବି-ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ପରିକଳ୍ପିତ ବଙ୍ଗଳା ସାକାର ହେବା ଉଚିତ ।
ନିକଟରେ କୋଲକାତାରେ ପ୍ରବଳ ବର୍ଷା ଯୋଗୁଁ ୧୦ ରୁ ଅଧୂକ ଲୋକଙ୍କ ମୃତ୍ୟୁରେ କେନ୍ଦ୍ର ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଥିଲେ, ଆମେ ସମସ୍ତ ଶୋକସନୃପ୍ତ ପରିବାରର ଦୁଃଖରେ ସହଭାଗୀ ।
ମହାନ ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ଜୟନ୍ତୀ ଅବସରରେ ଶ୍ରୀ ଶାହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଥିଲେ ଯେ, ଔପନିବେଶିକ ଶାସନ କାଳରେ କେବଳ ବଙ୍ଗଳାରେ ନୁହେଁ, ସମଗ୍ର ଦେଶରେ ଶିକ୍ଷା କ୍ଷେତ୍ରରେ ଶ୍ରଦ୍ଧେୟ ବିଦ୍ୟାସାଗରଙ୍କ ଅମୂଲ୍ୟ ଅବଦାନକୁ କେବେ ବି ଭୁଲି ହେବ ନାହିଁ । ସେ କହିଥିଲେ ଯେ ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ତାଙ୍କର ସମଗ୍ର ଜୀବନ ବଙ୍ଗଳା ଭାଷା, ସଂସ୍କୃତି, ବ୍ୟାକରଣ ଏବଂ ମହିଳା ଶିକ୍ଷା ପ୍ରତି ଉତ୍ସର୍ଗ କରିଥିଲେ ।